ନିଶ୍ଚିହ୍ନହେବାକୁ ବସିଛି ଇକୋଲୋଜିକାଲ ପାର୍କ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଋଷିଗାଁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜିଲାର ପ୍ରଥମ ଇକୋଲୋଜିକାଲ ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ନିଶ୍ଚିହ୍ନ ହେବାକୁ ବସିଛି। ଜିଲା ପ୍ରଶାସନ ପକ୍ଷରୁ ୨୦୦୭-୦୮ ଆର୍ଥିକ ବର୍ଷରେ ଏହାକୁ ସ୍ଥାପନ କରାଯାଇଥିଲା। କୋଟିକୋଟି ଟଙ୍କା ବ୍ୟୟରେ ପ୍ରାୟ ୫ ଏକର ପରିବ୍ୟାପ୍ତ ଅଞ୍ଚଳକୁ ଉଦ୍ୟାନର ରୂପ ଦିଅଯାଇଥିଲା। ଏହାର ଚତୁଃପାର୍ଶରେ ସୁରକ୍ଷା ବାଡ଼, ପାର୍କରେ ପ୍ରାୟ ଶହେରୁ ଅଧିକ ବିଭିନ୍ନ ପ୍ରଜାତିର ଔଷଧୀୟ ଫୁଲ ଓ ଫଳଗଛ ରୋପଣ କରି ଆଡ଼ମ୍ବର ସହକାରେ ଉଦ୍‌ଘାଟନ କରାଯାଇଥିଲା। ସେହିପରି ୨୦୧୩ରେ ସେହି ସ୍ଥାନରେ ଶାନ୍ତି ବନ ସ୍ଥାପନ କରାଯାଇଥିଲା। ଜିଲାର ଲାଞ୍ଜିଗଡଠାରେ ଅବସ୍ଥାପିତ ବେଦାନ୍ତ ଆଲୁମିନା ପକ୍ଷରୁ ମଧ୍ୟ ଏହି ଇକୋଲାଜିକାଲ ପାର୍କର ନିର୍ମାଣ ପାଇଁ ସେ ସମୟରେ କୋଟିଏରୁ ଅଧିକ ଟଙ୍କାର ସହଯୋଗ କରାଯାଇଥିଲା। ଇତିମଧ୍ୟରେ ଦୀର୍ଘ ୧୨ ବର୍ଷ ଅତିକ୍ରାନ୍ତ ହୋଇଥିବାବେଳେ ଏବେ ଏହି ପାର୍କ ନିଶ୍ଚିହ୍ନ ପ୍ରାୟ। କେବଳ ସନ୍ତକ ଭାବେ ଶାନ୍ତି ବନ ଫଳକ ଓ ଭଙ୍ଗା ବାଡ଼ ରହିଯାଇଛି। କେବଳ ସେତିକି ନୁହଁ, ପରବର୍ତ୍ତୀ ସମୟରେ ପାର୍କ ପରିସରରେ କାର୍‌ଗିଲ ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା ଶହୀଦ ସ୍ତମ୍ଭ ଏବେ ଆବର୍ଜନାମୟ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏହା ଶହୀଦଙ୍କ ପ୍ରତି ଅସମ୍ମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଇକୋଲୋଜିକାଲ ପାର୍କର ପୁନରୁଦ୍ଧାର ପାଇଁ ଦାବି କରିଆସୁଥିବାବେଳେ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଏହି ପାର୍କର ପୁନରୁଦ୍ଧାର ସହ ରକ୍ଷଣାବେକ୍ଷଣ ଓ ଶହୀଦ ସ୍ତମ୍ଭ ପ୍ରତି ପ୍ରଶାସନ ସମ୍ମାନ ପ୍ରଦର୍ଶନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

୨୬ ଯାଏଁ କଲବଲ: ଏହି ୫ ଜିଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୨।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ଦୁଇଦିନ ହେଲା ତାପମାତ୍ରା ଉପର ମୁହାଁ ରହିଥିବା ବେଳେ ଝାରସୁଗୁଡା ରାଜ୍ୟର ଉତପ୍ତ ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image