Categories: ବାଣିଜ୍ୟ

୭.୨% ହାରରେ ଅର୍ଥନୀତି ଅଭିବୃଦ୍ଧି ଆକଳନ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମୁଡିସ୍‌ ରେଟିଂରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏହାର ‘ଗ୍ଲୋବାଲ ମାକ୍ରୋ ଆଉଟ୍‌ଲୁକ୍‌ ୨୦୨୫-୨୬’ରେ ରେଟିଂ ଏଜେନ୍ସି କହିଛି ଯେ, ରୁଷଆ-ୟୁକ୍ରେନ୍‌ ଯୁଦ୍ଧ, ଉଚ୍ଚ ମୁଦ୍ରାସ୍ଫୀତି, ଶକ୍ତି ଏବଂ ଖାଦ୍ୟ ସଙ୍କଟ ସମୟରେ ମଧ୍ୟ ବିଶ୍ୱ ଅର୍ଥନୀତି ଉଲ୍ଲେଖନୀୟ ସ୍ଥିରତା ପ୍ରଦର୍ଶନ କରିଛି। ରେଟିଂ ଏଜେନ୍ସି କହିଛି, ଆମେରିକାର ଘରୋଇ ତଥା ଅନ୍ତର୍ଜାତୀୟ ନୀତିରେ ନିର୍ବାଚନ ପରବର୍ତ୍ତୀ ପରିବର୍ତ୍ତନ ବିଶ୍ୱର ଆର୍ଥିକ ଆହ୍ବାନ ବଢ଼ାଇପାରେ। ଘରୋଇ ବ୍ୟବହାରରେ ଉନ୍ନତି, ଦୃଢ଼ ପୁଞ୍ଜି ବିନିଯୋଗ ଏବଂ ଦୃଢ଼ ଉତ୍ପାଦନ ଫଳରେ ୨୦୨୪ର ଦ୍ୱିତୀୟ ତ୍ରୈମାସିକରେ (ଏପ୍ରିଲ-ଜୁନ୍‌) ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୭ % ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Share