ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବୁଧବାର ସକାଳୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଉମରକୋଟ ଭାଲୁଗୁଡା ପୋଖରୀ ଅପରିଷ୍କାର ହୋଇ ରହିଥିବା ତାଙ୍କ ନଜରରେ ଆସିଥିଲା। ସେ ନିଜେ କିଛି ସ୍ଥାନୀୟ ଲୋକଙ୍କୁ ନେଇ ପ୍ରଥମେ ପୋଖରୀକୁ ସଫା କରିବା ପାଇଁ ବାହାରିଥିଲେ। ପୋଖରୀ ଚାରି ପାଖରେ ଉଠିଥିବା ଅନାବନା ଗଛକୁ ସଫା କରିବା ସହ ପାଣିରେ ପଡ଼ିଥିବା ଅଳିଆ ମଧ୍ୟ ସଫା କରିଛନ୍ତି।

ଏହା ପରେ ସ୍ଥାନୀୟ କିଛି ଯୁବକ ମଧ୍ୟ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ମନ୍ତ୍ରୀଙ୍କ ଏଭଳି କାମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ସେପଟେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍ବଚ୍ଛତା ହେଉଛି ମନୁଷ୍ୟର ଗୌରବ। ଏକ ସୁସ୍ଥ, ଆରୋଗ୍ୟ ସମାଜ ଗଠନ ପାଇଁ ସଚ୍ଛତା ରହିବା ଆବଶ୍ୟକ। ସ୍ବପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନ। ଆମେ ପ୍ରଥମେ ନିଜେ ଆଗକୁ ପାଦ ବଢାଇବାକୁ ପଡ଼ିବ। ଏହା ପରେ ଆମକୁ ନିଶ୍ଚୟ ବଳ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ନୂଆ ମାଷ୍ଟରପ୍ଲାନ! ପ୍ରତି ଜିଲାରେ ହେବ…

ଭୁବନେଶ୍ୱର,୨୫।୯: ବିଜେଡିର ବସିବାକୁ ଯାଉଛି ବଡ଼ ବୈଠକ। ଅଧ୍ୟକ୍ଷତା କରିବେ ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୨୭ ତାରିଖ ଶୁକବ୍ରାର ଶଙ୍ଖ ଭବନରେ ଏକାଠି...

ଆସୁଛି ବଡ଼ ବର୍ଷା, ୧୦ ଜିଲାକୁ ଆଲର୍ଟ…

ଭୁବନେଶ୍ୱର,୨୫।୯: ଆସୁଛି ବଡ଼ ବର୍ଷା। ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା...

ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା, ଏହିଦିନ ମିଳିବ ପ୍ରଥମ କିସ୍ତି ସହ ଦ୍ୱିତୀୟ କିସ୍ତି ଟଙ୍କା…

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

ୟୁଜର୍ସ ଫି’ କେଳେଙ୍କାରୀରେ ବଡ଼ବଡ଼ିଆଙ୍କ ହାତ: ପୌରାଧ୍ୟକ୍ଷାଙ୍କ ଦାବି ପରେ କାର୍ଯ୍ୟାନୁଷ୍ଠାନ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ ହଇଚଇ ସୃଷ୍ଟି କରିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି’ ଅସୁଲି ପାଇଁ ଉଦ୍ଦିଷ୍ଟ ରସିଦ୍‌ ବହିକୁ...

ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଭଟଲି ବିଧାୟକ ଇରାଶିଷ ଆଚ୍ଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଛି।...

ଖଣି ଅଧିକାରୀଙ୍କୁ ପିଟିଲେ ବାଲି ମାଫିଆ: ଟାଉନ ଥାନାରେ ଏତଲା

କୋରାପୁଟ,୨୫।୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ସକାଳୁ କୋରାପୁଟ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମୁଖରେ ନବରଙ୍ଗପୁର ପୁର ଅଂଚଳରୁ ଆସୁଥିବା ବାଲି ବୋଝେଇ ଟିପ୍ସରଗୁଡିକୁ ଖଣି ଅଧିକାରୀ...

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri