ଗଞ୍ଜାମ,୯ା୭(ଡି.ଏନ୍.ଏ.) : ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି ।ଏହାକୁ ରୋକିବା ପାଇଁ ବିଶ୍ୱସ୍ତରରେ ନିଆ ଯାଉଥିବା ପଦକ୍ଷେପ ଫେଲ୍ ମାରିଛି। ଏକ ମାତ୍ର ବିକଳ୍ପ ହେଉଛି ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର। ଏଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ଲକ୍ଡାଉନ୍ ଶଟ୍ଡାଉନ କରାଯାଉଛି। ବିଶେଷକରି ଗଞ୍ଜାମ ଜିଲାରେ ଦୈନଦିନ ୨୦୦ରୁ ଅଧିକ କରୋନା ସଂକ୍ରମିତ ଚି଼ହ୍ନଟ ହେଉଛନ୍ତି। ଏହି ଦୃଷ୍ଟିରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲାର ସମସ୍ତ ଏନ୍ଏସିକୁ ୯ରୁ ୧୩ ଅର୍ଥାତ୍ ଗୁରୁବାରଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ଅନ୍ୟପଟେ ପୋଲିସ ମହାନିର୍ଦ୍ଦେଶକ (ଡିଜି ) ମଧ୍ୟ ଗଞ୍ଜାମ ଜିଲାକୁ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଶଟ୍ଡାଉନ୍ ସଫଳ ନିମନ୍ତେ ଗଞ୍ଜାମ ପୋଲିସ ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ପ୍ରତ୍ୟେକ ଛକ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପାଟ୍ରୋଲିଂ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗଞ୍ଜାମରେ ଶଟ୍ଡାଉନ୍ ପ୍ରଭାବ ପଡ଼ିଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ଥିବା ଦେଖିବାକୁ ମିଳିଛି।