ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ, ରାସ୍ତାଘାଟ ଶୂନ୍‌ଶାନ

ଗଞ୍ଜାମ,୨୩ା୮(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ମହାମାରୀ ଗଞ୍ଜାମ ସହରରେ ସାମାନ୍ୟ କମିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଶନି ଓ ରବିବାର ଦୁଇଦିନ ଶଟ୍‌ଡାଉନ୍‌ ଘୋଷଣା ବଳବତ୍ତର ରହିଛି। ଶଟ୍‌ଡାଉନ୍‌ ଯୋଗୁ ଗଞ୍ଜାମ ସହର ଜନଶୂନ୍ୟ ହୋଇପଡ଼ିଛି l ଦୁଇଦିନ ତଳେ ଗଞ୍ଜାମ ସହର ବ୍ରାହ୍ମଣ ଢମଣା ସାହିର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା। ଏଥିପାଇଁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି।