ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଆଇଫଲ୍‌ ଟାଓ୍ବାର

ପ୍ୟାରିସ୍‌,୧୨ା୮: ଶନିବାର ଫ୍ରାନ୍ସର ଆଇକନିକ୍‌ ଟାଓ୍ବାର ଆଇଫଲ ଟାଓ୍ବାରକୁ ଉଡ଼ାଇ ଦେବା ଧମକ ପାଇବା ପରେ ସତର୍କତା ଅବଲମ୍ବନ କରାଯାଇଛି ବୋଲି ଫ୍ରାନ୍ସର ପୋଲିସ ସୂତ୍ରରୁ ପ୍ରକାଶ। ଟାଓ୍ବାରର ସମସ୍ତ ତିନି ମହଲାକୁ ଖାଲି କରିଦିଆଯାଇଛି। ବୋମା ବିସ୍ଫୋରଣ ଖବର ମିଳିବା ପରେ ଆଇଫଲ୍‌ ଟାଓ୍ବାରରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଫ୍ରାନ୍ସ ପୋଲିସର ସୂତ୍ରରୁ ପ୍ରକାଶ ଯେ, ବୋମା ବିସ୍ଫୋରଣ ଖବର ପାଇବା ପରେ ସତର୍କତା ଅବଲମ୍ବନ କରାଯାଇଛି। ଆହୁରି ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଏହି ଟାଓ୍ବାର ବନ୍ଦ ରହିଥିବା ପୋଲିସ କହିଛି।

ସୂଚନାନୁଯାୟୀ, ଘଟଣାସ୍ଥଳରେ ଏକ ବୋମା ନିଷ୍କ୍ରିୟ ଦଳ ଉପସ୍ଥିତ ଅଛନ୍ତି। ଏକାସାଙ୍ଗରେ ଫ୍ରାନ୍ସର ପୋଲିସ କର୍ମଚାରୀମାନେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି। ଏହି ଟାଓ୍ବାର ପ୍ରାୟ ୩୨୪ ମିଟର ଉଚ୍ଚରେ ୧୮୮୯ରେ ନିର୍ମିତ ହୋଇଥିଲା। ପ୍ରତିବର୍ଷ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲକ୍ଷାଧିକ ଲୋକ ଆସିଥାନ୍ତି।

Share