Advertisement

ଅମ୍ବାନୀ ଘରର ବଡ଼ ବୋହୂ ଶ୍ଲୋକାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅମ୍ବାନୀ ପରିବାରର ବଡ ବୋହୂ ଭାବରେ ଜଣାଶୁଣା ଶ୍ଲୋକା ମେହେଟ୍ଟା ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜୁଲାଇ ୧୧, ୧୯୯୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶ୍ଲୋକା। ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ସହ ସମ୍ପର୍କ ଥିବାବେଳେ ଶ୍ଲୋକାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଶ୍ଲୋକା ମଧ୍ୟ କମ ଧନୀ ପରିବାରର ନୁହଁନ୍ତି। ତାଙ୍କ ପିତା ରସେଲ ମେହେଟ୍ଟା ଦେଶର ଜଣେ ଜଣାଶୁଣା ହୀରା ବ୍ୟବସାୟୀ। ସେ ରୋଜି ବ୍ଲୁ ଡାଇମଣ୍ଡର ମାଲିକ ଏବଂ ସିଇଓ। ଶ୍ଲୋକା ମେହେଟ୍ଟାଙ୍କ ନିଟ ମୂଲ୍ୟ ପ୍ରାୟ ୧୮ ମିଲିୟନ ଡଲାର୍‌ ଅର୍ଥାତ୍‌ ୧୪୮ କୋଟିରୁ ଅଧିକ।
ଶ୍ଲୋକା ମଧ୍ୟ ଅଧ୍ୟୟନ ଦୃଷ୍ଟିରୁ ବହୁତ ଭଲ ଥିଲେ। ସେ ଧୀରବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ମୁମ୍ବାଇରୁ ତାଙ୍କ ପାଠପଢି ଥିଲେ। ଏହା ପରେ ସେ ଆମେରିକାର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ଏଥି ସହିତ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଅଧ୍ୟୟନ ସମାପ୍ତ କରିବା ପରେ ଶ୍ଲୋକା ଭାରତକୁ ଫେରି ତାଙ୍କ ପିତାଙ୍କ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ କନେକ୍ଟଫରର ସହ-ପ୍ରତିଷ୍ଠାତା ଅଟନ୍ତି, ଯାହା ଏନଜିଓ ମାନଙ୍କୁ ସହାୟତା ଯୋଗାଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share