ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଭାବେ ବୟସ୍କ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କ ଏଥିରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏଭଳିକି ଅନ୍ୟ ରୋଗରେ ପୀଡ଼ିତ ଥିଲେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି। ହେଲେ ରାଜ୍ୟରେ ଏକ ଉଦାହରଣ ସ୍ବରୂପ କରୋନା ସହ ଲଢ଼ି ସୁସ୍ଥ ହୋଇ ଘରକୁ ଫେରିଛନ୍ତି କେନ୍ଦ୍ରାପଡ଼ାର ବୃଦ୍ଧ ଦମ୍ପତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ୮୫ ବର୍ଷୀୟ ସୁରେନ୍ଦ୍ର ପତି କ୍ୟାନ୍ସରରେ ପୀଡ଼ିତ ଥିବା ସତ୍ତ୍ୱେ ସୁସ୍ଥ ହୋଇଛନ୍ତି। ସେହିଭଳି ତାଙ୍କ ୭୮ ବର୍ଷୀୟ ସ୍ତ୍ରୀ କରୋନାରୁ ସୁସ୍ଥ ହୋଇଛନ୍ତି। ସଙ୍କଟ ସମୟରେ ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Congratulations to Mr Surendra Pati (85) & Mrs Sabitri Pati (78) from Kendrapada district on successfully winning the battle against #COVID19. You are inspiration for many to stay strong during these difficult times. #OdishaFightsCorona https://t.co/B3fuBf6vMC
— CMO Odisha (@CMO_Odisha) July 18, 2020