ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ

ସୁମନ୍ତ କୁମାର ଭୂୟାଁ

 

ଭାରତୀୟ ସଂସ୍କୃତିରେ ଏକ ମୂଲ୍ୟବାନ୍‌ ଉପଦେଶ ରହିଆସିଛି- ତାହା ହେଲା, ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ। ଜ୍ୟେଷ୍ଠମାନଙ୍କୁ, ଶ୍ରେଷ୍ଠମାନଙ୍କୁ ନମସ୍କାର। ଯେତେବେଳେ ଯୌଥ ପରିବାରର ସଂସ୍କୃତି ପ୍ରଚଳିତ ଥିଲା; ସେତେବେଳେ ଜ୍ୟେଷ୍ଠମାନଙ୍କୁ ଜ୍ଞାନ, ଅଭିଜ୍ଞତା ଓ ପ୍ରଜ୍ଞାର ଭଣ୍ଡାର ବୋଲି କନିଷ୍ଠମାନେ ବିଚାର କରୁଥିଲେ। ମା’ବାପା ବଞ୍ଚତ୍ଥିବା ବେଳେ ପୁଅମାନେ ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ସବୁବେଳେ ଭାବୁଥିଲେ ଯେ ସେମାନେ ତରୁଣ ଓ ସ୍ବପ୍ନଶୀଳ। କୌଣସି କଥାରେ ସେମାନଙ୍କର ଖାତିର ନଥାଏ କି ଭୟ ନଥାଏ। କାରଣ ତାଙ୍କ ଉପରେ ଛତା ଭଳି ମା’ବାପା ଜଗିଛନ୍ତି। ଗୋଟିଏ ଗୋଟିଏ ଯୌଥ ପରିବାରରେ ଏକାଥରକେ ତିନି/ଚାରି ପୁରୁଷ ଲୋକ ଗୋଟିଏ ଜାଗାରେ ରହୁଥିଲେ। ଯେହେତୁ ମା’ବାପା ଘରେ ଅଛନ୍ତି, ତେଣୁ ସେମାନେ ଘର ପ୍ରତି ସେତେ ଯତ୍ନଶୀଳ ହେଉନଥିଲେ। କାଳକ୍ରମେ ଯୌଥ ପରିବାର ଭାଙ୍ଗିବାକୁ ଲାଗିଲା। ଭଉଣୀମାନେ ବାହା ହୋଇ ସେମାନଙ୍କ ଶାଶୁଘରକୁ ଚାଲିଗଲେ। ଭାଇମାନେ ବିବାହ ହେଲା ପରେ ଅଲଗା ଅଲଗା ସେମାନଙ୍କ ସଂସାର ଗଢ଼ିଲେ। ପ୍ରଶ୍ନ ଉଠିଲା ମା’ବାପା ତେବେ ରହିବେ କେଉଁଠି? ତେଣୁ ପାଳିକରି ମା’ବାପାଙ୍କୁ ପୁଅମାନେ ରଖିବା ଆରମ୍ଭ କଲେ। ପରିବାର ଆହୁରି ଛୋଟ ହୋଇ ଅଣପରିବାରରେ ପରିଣତ ହେଲା। ସ୍ତ୍ରୀ-ସ୍ବାମୀ, ଝିଅ-ପୁଅ ବା ପୁଅଟି ଆଉ ଝିଅଟିଏ। ତେଣୁ ବୃଦ୍ଧ ମାତା ପିତାଙ୍କ ସମସ୍ୟା ଆହୁରି ବଢ଼ିଗଲା। ଯେଉଁ ବାପା ଦିନେ ରୋଜଗାରର ମୁଖ୍ୟ ଥିଲେ, ଘରର ମୁଖିଆ ଥିଲେ, ବାର୍ଦ୍ଧକ୍ୟଜନିତ କାରଣରୁ ସେହି ସ୍ଥାନରୁ ସେ ଖସି ଆସି ପୁଅ ଉପରେ ସବୁ କଥାରେ ନିର୍ଭରଶୀଳ ହେଲେ। କ୍ୱଚିତ୍‌ ପରିବାରରେ ପୁଅର ନିଷ୍ପତ୍ତିକ୍ରମେ ଘର ଚାଲେ। ଅନ୍ୟ କ୍ଷେତ୍ରରେ ସ୍ତ୍ରୀମାନେ ହିଁ ରୋଜଗାର ଥାଉ କି ନଥାଉ, ଘରର ମଙ୍ଗୁଆଳ ସାଜିଲେ। ତାଙ୍କ କଥାକୁ ସ୍ବାମୀ ଯଦି ସାମାନ୍ୟତମ ବ୍ୟତିକ୍ରମ ଘଟାନ୍ତି, ତେବେ କଥା ସରିଲା। ଅଶାନ୍ତିର ବହ୍ନିରେ ଘର ଜଳିଉଠେ। ପରିଶେଷରେ ରାଗ ଶୁଝାଯାଏ ବୃଦ୍ଧ ମା’ବାପାଙ୍କ ଉପରେ। ଖାଦ୍ୟପେୟ, ବାର୍ଦ୍ଧକ୍ୟଜନିତ ରୋଗର ଉପଶମରେ ଅବହେଳା, କଟୂକ୍ତି, କଟାକ୍ଷ ସମେତ ଶାରୀରିକ ନିର୍ଯାତନା ଆଦି କୌଶଳ ଅବଲମ୍ବନ କରି ସେମାନଙ୍କୁ ଅପେକ୍ଷା କରାଯାଏ। ଯେଉଁ ଘର ନିଜ ଅର୍ଥବଳ ଓ ବାହୁବଳରେ ମା’ବାପା ତିଆରି କରିଥିଲେ, ପ୍ରଚୁର ଅର୍ଥ ବ୍ୟୟକରି ପିଲାମାନଙ୍କୁ ବହୁ ଯତ୍ନ ସହକାରେ ପାଠ ପଢ଼ାଇ ମଣିଷ କରାଇଥିଲେ, ସେହି ଘରେ ସେମାନେ ଅଲୋଡ଼ା ହୋଇପଡ଼ନ୍ତି। ଅଧିକାଂଶ ସ୍ଥାନରେ ଏସବୁ ଦେଖି ସହି ନ ପାରୁଥିବା ପୁଅଟି ଚୁପ୍‌ ହୋଇ ରହିବାକୁ ବାଧ୍ୟ ହୁଏ। ଯେଉଁ ଦାଣ୍ଡଦୁଆରେ ବାପା ଘର ଜଗିବା ପାଇଁ କୁକୁର ବାନ୍ଧୁଥିଲେ, ସେହି ଦୁଆରେ ଆରାମ ଚୌକି ଖଣ୍ଡିଏ ପକେଇଦେଇ ବାପାଙ୍କୁ ବସେଇ ଦିଆଯାଏ। ବାପା ଦିଶନ୍ତି ସତେଯେପରି ଏକ ପ୍ରଶ୍ନବାଚୀ ଚିହ୍ନ ପରି। କଥାବାର୍ତ୍ତା ଖୁବ୍‌ କମ୍‌, ଦିନରେ ଅସୁମାରି ସ୍ମୃତିଚାରଣ, ସଫଳତା ଓ ବିଫଳତାର ହିସାବ ଆଉ ମୃତ୍ୟୁକୁ ଅପେକ୍ଷା। ଘରେ ମା’ବୁଢ଼ୀ ସତେକି ଗୋଟିଏ ସୋଫା ସେଟ, ଗୋଟେ ଫ୍ରିଜ୍‌, ଗୋଟେ ପୁରୁଣା ଢାବଲ ବା କୌଣସି ଅବ୍ୟବହୃତ ଆସବାବପତ୍ର ପରି ଘରର ଗୋଟିଏ କୋଣରେ ପଡ଼ି ରହିଥା’ନ୍ତି। ତେଣୁ ବାର୍ଦ୍ଧକ୍ୟ ଏକ ଅଭିଶାପ ନା ଏକ ଆଶୀର୍ବାଦ! ଏ ପ୍ରଶ୍ନ ଅନେକଙ୍କୁ ଅନେକ ସମୟରେ ଘାରିଥାଏ। କିନ୍ତୁ ବାର୍ଦ୍ଧକ୍ୟ ଯେ ଅନିର୍ବାଯ୍ୟ, ତାହାକୁ ଆମେ ସ୍ବୀକାର କରିବାକୁ ପଡ଼ିବ। ଖାଲି ବାର୍ଦ୍ଧକ୍ୟ ନୁହେଁ, ବାର୍ଦ୍ଧକ୍ୟ ସହିତ ନିର୍ଜନତା, ରୋଗ ବୈରାଗ୍ୟ, ସାମାଜିକ, ବିଚ୍ଛିନ୍ନତା, ଅନ୍ୟାଶ୍ରିତ ଅବସ୍ଥା ଓ ସର୍ବୋପରି ସ୍ମୃତି ଦହନର ଜ୍ୱାଳା ପାରିବାରିକ ଅବହେଳା ଆଦି ସହିବାକୁ ପଡ଼ିବ। ଯଦି ସନ୍ତାନମାନେ ନିଜକୁ କିଛି ପ୍ରଶ୍ନ ପଚାରନ୍ତେ, ତେବେ ଏ ସମସ୍ୟା ଅନେକାଂଶରେ ସମାଧିତ ନ ହେଲେ ମଧ୍ୟ ବୃଦ୍ଧ ମାତାପିତାଙ୍କୁ ସାନ୍ତ୍ୱନା ଦେବାରେ ସହାୟକ ହୁଅନ୍ତା। ତାହା ହେଲା ଆମେ କାହିଁକି ଭୁଲିଯାଉଛୁ ଯେ ଆମେ ଯଦି ଏ ସଂସାରରେ ଏପରି ବଞ୍ଚତ୍ଛୁ ତାହାରି ମୂଳରେ ଆମ ମାତାପିତା। କାହିଁକି ଆମେ ଭୁଲିଯାଉଛୁ ଆମେ ଯଦି ଆଜି ଉଚ୍ଚ ଶିକ୍ଷିତ ହେଇଛୁ, ତାହାରି ପଛରେ କେବଳ ମା’ବାପା। କାହିଁକି ଆମେ ଭୁଲିଯାଉଛୁ ଆମର ସମସ୍ତ ରୋଗ ବୈରାଗ୍ୟରୁ ଆମକୁ ଯିଏ ମୁକ୍ତ କରି ଏ ସଂସାରରେ ବଞ୍ଚାଇଛନ୍ତି, ସେମାନେ ହେଲେ ଆମର ମା’ବାପା। ଆମକୁ ଯଦି ପ୍ରଥମେ ହାତ ଧରି କିଏ ଚାଲି ଶିଖେଇଛନ୍ତି, ପାଟିରେ ଦାନା ଦେବା ଶିଖେଇଛନ୍ତି, ସିଏ ହେଲେ ଆମ ମା’ବାପା। ପିଲା ଥିଲାବେଳେ ସିନା ଜାଣିପାରୁ ନ ଥିଲୁ, କିନ୍ତୁ ଏବେ ଯେତେବେଳେ ସମୟ ଆସିଛି, ଜାଣିପାରୁଛୁ ସେତେବେଳେ ସେମାନଙ୍କଠାରୁ ପାଇଥିବା ନିଃସ୍ବାର୍ଥପର ସ୍ନେହ, ଶ୍ରଦ୍ଧା, ଆଦର ଓ ଯତ୍ନକୁ ଫେରାଇବା ତ ସମ୍ଭବପର ନୁହେଁ, ତାହାର ପ୍ରତିବଦଳରେ କିଞ୍ଚତ୍ତ୍‌ ଯଦି ଫେରାଇପାରନ୍ତେ, ତାହା ସେମାନଙ୍କ ପାଇଁ ବହୁ ଆଶ୍ୱାସନାର କଥା ହୋଇପାରନ୍ତା। କିନ୍ତୁ ଏକଥା ସେମାନଙ୍କୁ ମାନିବାକୁ ପଡ଼ିବ ଯେ, ପିଲାମାନେ ପଚାରନ୍ତୁ ବା ନ ପଚାରନ୍ତୁ ମା’ବାପାଙ୍କ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ସେମାନେ ସନ୍ତାନମାନଙ୍କୁ ମଙ୍ଗଳ ହିଁ ମଙ୍ଗଳ କାମନା କରନ୍ତି। ତେଣୁ ବୃଦ୍ଧ ମାତାପିତାଙ୍କୁ ବୋଝ ବୋଲି ବିଚାର ନ କରି ଜୀବନରେ ଆଶାର ଝଲକ ବୋଲି ଭାବିଲେ ଉଭୟ ପକ୍ଷର ମଙ୍ଗଳ ହୁଅନ୍ତା। କିନ୍ତୁ ବିଡ଼ମ୍ବନାର ବିଷୟ, ଆଜି ଅଧିକାଂଶ ସ୍ଥଳରେ ତାହା ଘଟୁନାହିଁ। ଏକ ତଥ୍ୟ ଅନୁସାରେ ଭାରତରେ ୧୦ଟି ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ୬ଟି ଗୃହ ଛାଡ଼ି ପଳାଇଯିବା ପାଇଁ ପିଲାମାନଙ୍କ ଦ୍ୱାରା ବାଧ୍ୟ ହୋଇଥା’ନ୍ତି। କେଉଁଠି ରହିବାକୁ ସ୍ଥାନ ନ ପାଇ, ସବୁ ଆଶା ହରାଇ ଶେଷରେ ସେମାନେ ଜରାଶ୍ରମରେ ରହିବାକୁ ବାଧ୍ୟ ହୁଅନ୍ତି; ଯେଉଁଠି ସେମାନେ ତାଙ୍କର ଯୌବନାବସ୍ଥାରେ ପାଇଥିବା ସମସ୍ତ ପାରିବାରିକ ସୁଖ ଓ ସୁବିଧାରୁ ବଞ୍ଚତ୍ତ ହୋଇଥା’ନ୍ତି। ଏ ସମସ୍ୟା ଯେ ଆଗକୁ ଆହୁରି ବଢ଼ିବ, ଏକଥା ଚିନ୍ତା କରିବା ବେଳକୁ ମନ ଭିତରେ ଗଭୀର ଉଦ୍‌ବେଗ ସୃଷ୍ଟି ହେଉଛି। ପିଲାମାନେ ଭାବିବା କଥା ଯେ ସେମାନେ ବି ଦିନେ ଏଭଳି ସ୍ଥିତିରେ ଉପନୀତ ହେବେ।
ମୋ: ୯୯୩୭୪୭୦୯୮୦


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri