୨୪ରେ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର,୨୨ା୩(ବ୍ୟୁରୋ)-ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମରେ ମଙ୍ଗଳବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ୫୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମ୍ୟୁନିସିପାଲିଟି ଓ ଏନ୍‌ଏସିର ୧୬୭୨ ୱାର୍ଡ ଓ ୩ କର୍ପୋରେଶନର ୧୬୫ ୱାର୍ଡରେ ନିର୍ବାଚନ ହେବ । ମ୍ୟୁନିସିପାଲିଟି ଓ ଏନ୍‌ଏସିର ୨,୯୮୯ ବୁଥ୍‌ ଏବଂ ୩ଟି କର୍ପୋରେଶନର ୧୩୮୪ ବୁଥ୍‌ରେ ୪୦ ଲକ୍ଷ ୫୫ ହଜାର ଭୋଟରଙ୍କ ଲାଗି ମତଦାନ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ହେବ। ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ। ରାଜ୍ୟର ମୋଟ ୩ଟି ମ୍ୟୁନିସିପାଲ କର୍ପୋରେଶନ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନ୍‌ଏସିରେ ନିର୍ବାଚନ ଅନୁଷ୍ଠିତ ହେବ।

Share