Posted inଜାତୀୟ

ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି

ବାଷ୍ଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେଠାର ଏକ କାର୍ଯ୍ୟକ୍ରମରେ ଭାରତର ନିର୍ବାଚନ କମିଶନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ର ନିର୍ବାଚନରେ ମତଦାନ ସଂଖ୍ୟାକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମିଶନ ସାଲିସ୍‌ କରିଥିବା କହିଛନ୍ତି। ବିଦେଶ ମାଟିରେ ତାଙ୍କର ଏଭଳି ଅଭିଯୋଗକୁ ନେଇ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କୁ ଦେଶଦ୍ରୋହୀ କହିଛି।
ରବିବାର ବୋଷ୍ଟନ୍‌ରେ ଏକ କାର୍ଯ୍ୟକ୍ରମରେ ରାହୁଲ କହିଥିଲେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଯେତିକି ଲୋକ ଭୋଟ ଦେଇଛନ୍ତି, ତାହା ରାଜ୍ୟର ବୟସ୍କମାନଙ୍କ ସଂଖ୍ୟାଠାରୁ ଅଧିକ। ନିର୍ବାଚନ ଦିନ ଅପରାହ୍ନ ୫ଟା ୩୦ ସୁଦ୍ଧା ୬୫ ଲକ୍ଷ ଭୋଟର ମତଦାନ କରିଥିବା ନିର୍ବାଚନ କମିଶନ ତଥ୍ୟ ଦେଇଥିଲେ। ତେବେ ଏହା ବାସ୍ତବତା ଦୃଷ୍ଟିରୁ ଅସମ୍ଭବ। କାରଣ ଜଣେ ଭୋଟର ଭୋଟ ଦେବା ପାଇଁ ୩ ମିନିଟ୍‌ ସମୟ ଲାଗିବ। ତାହା ହୋଇଥିଲେ ଏତେସଂଖ୍ୟାରେ ମତଦାନ ପାଇଁ ରାତି ୨ଟା ପର୍ଯ୍ୟନ୍ତ ଭୋଟରମାନଙ୍କୁ ଲାଇନ୍‌ରେ ଛିଡ଼ାହେବାକୁ ପଡ଼ିଥାନ୍ତା, ଯାହା ହୋଇନାହିଁ। ମତଦାନ ବେଳର ଭିଡିଓଗ୍ରାଫି ଦେବାକୁ ନିର୍ବାଚନ କମିଶନ ମନା କରିଦେଇ ସେଥିପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଆଇନରେ ପରିବର୍ତ୍ତନ କରାଇଥିବା ରାହୁଲ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି ଓ ବ୍ୟବସ୍ଥାରେ ତ୍ରୁଟି ରହିଛି, ଯାହାକୁ ମୁଁ ଅନେକ ବାର କହିଆସୁଛି କଂଗ୍ରେସ ନେତା କହିଛନ୍ତି।
ରାହୁଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଭାଜପା ଏମ୍‌ପି ତଥା ଦଳର ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର କହିଛନ୍ତି, ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଯୋଗୁ କ୍ଷୁବ୍ଧ ଥିବା ରାହୁଲ ବିଦେଶରେ ନିର୍ବାଚନ କମିଶନଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ବିଦେଶ ମାଟିରେ ଦେଶର ଅନୁଷ୍ଠାନକୁ ରାହୁଲ ଅପମାନିତ କରିଛନ୍ତି। ଦୁର୍ନୀତିରେ ସମ୍ପୃକ୍ତ ରାହୁଲ ଓ ତାଙ୍କ ମାଆ ସୋନିଆଙ୍କୁ ସମ୍ପତ୍ତି ହେରଫେର ମାମଲାରେ ଜେଲ ପଠାଯିବ ବୋଲି ଭାଜପା କହିଛି। ରାହୁଲ ଯେତେବେଳେ ବିଦେଶ ଯାଉଛନ୍ତି, ଭାରତ ଓ ଏହାର ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଘୃଣିତ ଚିନ୍ତାଧାରା ଶେୟାର କରିବାକୁ ଭୁଲୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri