ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ଆଣିଲେ ପାକ୍‌ ନିର୍ବାଚନ ଆୟୋଗ

ଇସଲାମାବାଦ,୧୧ା୧୧: ପାକ୍‌ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଏକ ବିବୃତ୍ତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଆସନ୍ତା ନିର୍ବାଚନର ସ୍ବଚ୍ଛତା ଉପରେ ସନ୍ଦେହ ସୃଷ୍ଟି କରିବାକୁ ଜଣେ ଉଚ୍ଚ ପଦାଧିକାରୀ ଉଦ୍ୟମ କରୁଛନ୍ତି। ଏହି ଆଚରଣ ଉପଯୁକ୍ତ ନୁହେଁ। କାମଚଳା ସୂଚନାମନ୍ତ୍ରୀ ମୁର୍ତଜା ସୋଲାଙ୍ଗି ମଧ୍ୟ ଅଲ୍ଟିଙ୍କୁ ପିଟିଆଇ ପାର୍ଟି ଲାଇନକୁ ସମର୍ଥନ କରିଥିବାରୁ ତାଗିଦ କରିଥିଲେ।

Share