Categories: ଜାତୀୟ

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର ହୋଇଛି କର୍ନାଟକ ଭାଜପା। ତେବେ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। କର୍ନାଟକ ଭାଜପାର ସୋସିଆଲ ମିଡିଆ ଆକାଉଣ୍ଟରୁ ଏପରି କଣ୍ଟେଣ୍ଟ ହଟାଇବାକୁ ଭଙ୍ଗଳବାର ଇସି ଏକ୍ସ’କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଭାଜପା ଜାରି କରିଥିବା ଭିଡିଓକୁ ଏକ୍ସରୁ ହଟାଇବା ପାଇଁ କର୍ନାଟକ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦଳ ଏହାକୁ ଖାତିର କରି ନ ଥିଲା। ତେଣୁ ଆଜି ଭାରତୀୟ ନିର୍ବାଚନ କମିଶନର ଏଥିରେ ହସ୍ତକ୍ଷେପ କରିଛନ୍ତି। ଏଥିସହ ସିଧା ସିଧା ଏକ୍ସକୁ ଭାଜପାର ପୋଷ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share