ସରକାରୀ କର୍ମଚାରୀଙ୍କ ପାଇଁ ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ମଙ୍ଗଳବାର ନିର୍ବାଚନ ଆୟୋଗ ବଡ ଘୋଷଣା କରିଛନ୍ତି। ପୂର୍ବରୁ ଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ନିର୍ବାଚନ ଆୟୋଗ ବଢାଇ ଦେଇଛନ୍ତି। ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ଅନୁକମ୍ପା ରାଶି ମିଳିବ। ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ପୋରଣରେ ମୃତ୍ୟୁ ପାଇଁ ଅନୁକମ୍ପା ରାଶି ଘୋଷଣା ହେଇଛି। ନିର୍ବାଚନ ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ଏବଂ ହିଂସାରେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ। ସେହିପରି ଡ୍ୟୁଟିରେ ଥାଇ ଦୁର୍ଘଟଣାରେ ଆଖି, ଅଙ୍ଗହାନୀ ହେଲେ ୭.୫ ଲକ୍ଷ ମିଳିବ। ଗୁରୁତର ଆହାତଙ୍କୁ ୨ ଲକ୍ଷ ଅନୁକମ୍ପା ରାଶି ମିଳିବ। ଡ୍ୟୁଟିରେ ଥାଇ କୋଭିଡ୍‌ରେ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ରାଶି ମିଳିବ।

Share