Advertisement

ସରିଲା ନିର୍ବାଚନ: ଭୋଟ୍‌ ବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ସୁନ୍ଦରଗଡ଼,୨୪ା୨(ଡି.ଏନ୍‌.ଏ.): ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସୁନ୍ଦରଗଡ ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼ ସଦର,ଟାଙ୍ଗରପାଲି ଏବଂ ଗୁରୁଣ୍ଡିଆ ବ୍ଲକର ୬ଟି ଜିଲା ପରିଷଦ ଜୋନ୍‌ ଏବଂ ୪୨ଟି ପଞ୍ଚାୟତର ୫୫୦ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମତଦାନ ହୋଇଛି। ଏହି ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ୩ଟି ବ୍ଲକର ମୋଟ୍‌ ୨୫ ଜଣ ଜିଲାପରିଷଦ ପ୍ରାର୍ଥୀ,୧୯୩ ଜଣ ସରପଞ୍ଚ ପ୍ରାର୍ଥୀ,୧୭୬ ଜଣ ସମିତି ସଭ୍ୟ ଏବଂ ୪୫୬ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିପାଇଁ ଗୋଟିଏ ବୁଥ୍‌ ବ୍ୟବସ୍ଥା ହୋଇଥିଲା। ଅପରାହ୍ନ ୧ଟା ସୁଦ୍ଧା ଏହି ବ୍ଲକରେ ମୋଟ୍‌ ୧ଲକ୍ଷ ୫୩ ହଜାର ୩୫୩ଜଣ ଭୋଟରଙ୍କ ମଧ୍ୟରୁ ସଦର ବ୍ଲକରେ ୪୫,୦୩୫ ଜଣ, ଟାଙ୍ଗରପାଲି ବ୍ଲକରେ ୩୫,୪୨୮ ଏବଂ ଗୁରୁଣ୍ଡିଆ ବ୍ଲକରେ ମୋଟ ୨୪,୩୫୦ ଜଣ ମତଦାନ କରିଥିବା ଜିଲା କଣ୍ଟ୍ରୋଲ ରୁମ୍‌ରୁ ମିଳିଥିବା ସୂଚନାରୁ ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share