ଶେଷ ହେଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ ନିର୍ବାଚନ

ଝାରସୁଗୁଡ଼ା ଅଫିସ,୨୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ(ବିଟିଓଏ)ର ବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ୧୭ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ସଭାପତି ଭାବେ ଦେବ ପ୍ରସାଦ ଦାଶ ୨୫୭ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସତୀଶ ସିଂହ ୧୬୭ ଖଣ୍ଡ ଭୋଟ ପାଇଛନ୍ତି। ଦେବ ପ୍ରସାଦ ଦାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦିଙ୍କ ନିକଟରୁ ଅଧିକ ୮୧ଖଣ୍ଡ ଭୋଟ ପାଇ ସଭାପତି ଭାବେ ବିଜୟୀ ହୋଇ ନିର୍ବାଚିତ ହୋଇଛନ୍ତି ।
ଉପସଭାପତି ଭାବେ ଅରୁଣ କୁମାର ଯାଦବ ୩୧୦ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସଞୟ ରାୟ ୨୨୭ଖଣ୍ଡ ଭୋଟ ପାଇଥିଲେ। ଅରୁଣ କୁମାର ଯାଦବ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ନିକଟରୁ ୮୩ ଖଣ୍ଡ ଅଧିକ ଭୋଟପାଇ ବିଜୟୀ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ରାଜା ପୁରୋହିତ ୧୯୯ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଧନଞୟ ସିଂହ ୧୮୧ ଭୋଟ ପାଇଛନ୍ତି। ଫଳରେ ରାଜା ପୁରୋହିତ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ନିକଟରୁ ୧୮ଖଣ୍ଡ ଅଧିକ ଭୋଟପାଇ ବିଜୟୀ ହୋଇଛନ୍ତି। ଯୁଗ୍ମ ସମ୍ପାଦକ ଭାବେ ମଧୁସୁଦନ ସିଂହ ୨୬୨ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଆଛେଲାଲ ସିଂହ ୧୯୬ ଭୋଟ ପାଇଛନ୍ତି । ଫଳରେ ମଧୁସୁଦନ ସିଂହ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ନିକଟରୁ ୬୬ଖଣ୍ଡ ଅଧିକ ଭୋଟପାଇ ବିଜୟୀ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ରାଜୀବ କୁମାର ସିଂହ ୨୫୯ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ତାରକେଶ୍ବର ରାୟ ୧୦୨ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ରାଜୀବ କୁମାର ସିଂହ ୧୫୭ଖଣ୍ଡ ଅଧିକ ଭୋଟପାଇ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନ ଜିଲା ପ୍ରଶାସନର ନିଦ୍ଦେର୍ଶ କ୍ରମେ ଚାଲିଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ବିଶ୍ବନାଥ ନାୟକ ଏହାକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିଥିଲେ।