Categories: ଜାତୀୟ

ନିର୍ବାଚନ ଲଢିିବେ ପି.ଭି. ସିନ୍ଧୁ !

ନୂଆଦିଲ୍ଲୀ,୨୩।୧୧: ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ନିିର୍ବାଚନ ଲଢିିବେ। ଡିସେମ୍ବର ୧୭ ତାରିଖରେ ସ୍ପେନରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପରେ ବିଡବ୍ଲ୍ୟୁଏଫ୍‌ ଆଥଲେଟ କମିଶନର ନିର୍ବାଚନ ଲଢିବେ। ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ ସିନ୍ଧୁ ବର୍ତ୍ତମାନ ଇଣ୍ଡୋନେସିଆ ଓପନ ସୁପର-୧୦୦୦ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି। ସେ ୬ ପଦବୀ ପାଇଁ ମନୋନୀତ ୯ ଜଣଙ୍କ ମଧ୍ୟରେ ରହିଛନ୍ତି। ଆଥଲେଟିକ୍ସ କମିଶନ (୨୦୨୧ରୁ ୨୦୨୫)ର ନିର୍ବାଚନ ଡିସେମ୍ବର ୧୭ରେ ଟୋଟଲ ଏନର୍ଜିସ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ ସହ ସ୍ପେନରେ ହେବ।

ବର୍ତ୍ତମାନ ଖେଳାଳିଙ୍କ ମଧ୍ୟରେ ସିନ୍ଧୁ ଦ୍ୱିତୀୟଥର ଏହି ନିର୍ବାଚନ ଲଢିବେ। ତାଙ୍କୁ ୨୦୧୭ରେ ପ୍ରଥମଥର ଲାଗି ଚୟନ କରାଯାଇଥିଲା। ସିନ୍ଧୁ ଏଥର ଅନ୍ୟ ୬ ମହିଳା ପ୍ରତିନିଧିଙ୍କ ମଧ୍ୟରେ ରହିଛନ୍ତି। ସିନ୍ଧୁଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଇଣ୍ଡୋନେସିଆର ମହିଳା ଡବଲ୍ସ ଖେଳାଳି ଗ୍ରେସିଆ ପୋଲି ମଧ୍ୟ ଏଥିରେ ରହିଛନ୍ତି।

 

Share