ମାନସିକ ଯନ୍ତ୍ରଣା ଦେଉଛି ବିଦ୍ୟୁତ୍‌ ବିଲ୍‌

ପିପିଲି,୭।୪(ସ୍ବ.ପ୍ର.): ବିଦ୍ୟୁତ୍‌ ବିଲ୍‌କୁ ନେଇ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ପରିବାର। ୫ଟି ଏଲଡି ବଲବ୍‌, ୨ଟି ଫ୍ୟାନ ଏବଂ ୧ଟି ଫ୍ରିଜ ପାଇଁ ମାସକୁ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍‌ ଉଠୁଛି ବୋଲି ଅଭିଯୋଗ ହୋଇଛି। ଏ ନେଇ ପ୍ରଶ୍ନ କଲେ ଉପଭୋକ୍ତାଙ୍କ ଲଇନ କାଟି ଦିଆଯାଉଛି । ଫଳରେ ଉପଭୋକ୍ତା ଅନ୍ଧାରରେ ଜୀବନ ବିତାଉଛନ୍ତି। ଏଭଳି ଘଟଣା ପିପିଲି ପୌରଞ୍ଚଳରେ ଘଟିଥିବା ବେଳେ ଏନେଇ ପଣ୍ଡାବଜାରସ୍ଥିତ ରାମ ଦୟାଲ ଗୁପ୍ତା ପିପିଲି ଥାନାଠାରୁ ଆରମ୍ଭ କରି ଏସ୍‌ପି ଓ ଡିଜିପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ ଅନୁଯାୟୀ, ଗତ କିଛି ମାସ ହେବ ଆଶାଠାରୁ ଅତ୍ୟାଧିକ ବିଲ୍‌ ଆସୁଛି। ଏନେଇ ସେ ବାରମ୍ବାର ବିଦ୍ୟୁତ୍‌ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହେଉନାହିଁ। ଏପରିକି ସମାଧାନ କରିବା ବଦଳରେ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ଏ ସମ୍ପର୍କରେ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରିବାର ଏବେ ଅନ୍ଧାରରେ ଥିବାବେଳେ ୩ଟି ସନ୍ତାନ ପାଠପଢାରୁ ବଞ୍ଚତ୍ତ ହେଉଛନ୍ତି ବୋଲି ରାମ ଦୟାଲ କହିଛନ୍ତି। ଏ ନେଇ ପିପିଲି ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ବିପିନ କୁମାର ସାହୁଙ୍କୁ ପଚାରିବାରେ ତାଙ୍କ ମିଟର ରିଡିଂ ଅନୁସାରେ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ୍‌ ବିଲ୍‌ ୩୧ହଜାର ଟଙ୍କା ହୋଇଛି। କିସ୍ତି ଅନୁଯାୟୀ ତାଙ୍କୁ ୧୦ହଜାର ଟଙ୍କା ମଗା ଯାଇଥିଲା କିନ୍ତୁ ରାମ ଦୟାଲ ନ ଦେବାରୁ ତାଙ୍କ ଲାଇନ୍‌ କଟାଯାଇଥିବା ଏସଡିଓ ସାହୁ କହିଛନ୍ତି ା

Share