ଭବାନୀପାଟଣା,୩୦ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଟେବାମହୁଲ ଗାଁରେ ହାତୀ ଆକ୍ରମଣରେ ପଞ୍ଚୁ ମାଝି(୫୦)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ଘର ନିକଟରେ ଥିବା ସମୟରେ ହଠାତ୍ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ। ଫଳରେ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ଗୋଡ଼ରେ ଦଳି ଦେଇଥିବା ଜଣାପଡ଼ିଛି। ଗତ ୧୭ ତାରିଖରେ ଉକ୍ତ ହାତୀ ଆକ୍ରମଣରେ ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ପଞ୍ଚାୟତ ଝାରବନ୍ଦ ଗ୍ରାମର ଗଜିନ୍ଦ୍ର ଜାନୀଙ୍କର ବି ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଗୁରୁବାରଠାରୁ ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ହାତୀ ଘଉଡ଼ାଇବା କାମରୁ ନିବୃତ ରହିଥିବାରୁ ଆଗକୁ କୌଣସି ଧନଜୀବନ ନଷ୍ଟକୁ ଏଡ଼ାଇ ଦିଆଯାଇ ନ ପାରେ।