ମୋରଡ଼ା,୧୧ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଆତଙ୍କ ଥମିବାର ନଁା ଧରୁନି। ଏହି ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁରରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ପଶି ଗୁଙ୍ଗୁ ସିଂଙ୍କ ଘର ଭାଙ୍ଗି ଦେଇଛି। ହାତୀ ଶବ୍ଦ ଶୁଣି ଶୋଇଥିବା ଗୁଙ୍ଗୁଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ୩ ପିଲା , ଶାଶୁ ଏବଂ ଦିବ୍ୟାଙ୍ଗ ନଣନ୍ଦଙ୍କୁ ଭୟରେ ଘରୁ ବାହାରକୁ ନେଇ ଅଳ୍ପକେ ବର୍ତ୍ତିଯାଇଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ବନବିଭାଗ କର୍ମଚାରୀ ଆସିବା ବେଳକୁ ହାତୀ ଘରଭାଙ୍ଗି ଗଛିତଥିବା ଧାନ ଖାଇବା ସହିତ ବହୁ ପରିମାଣରେ ନଷ୍ଟ କରି ଦେଇଥିଲା। ତେବେ ହାତୀ ବିଭିନ୍ନ ସମୟରେ ଗଁାରେ ପଶି କ୍ଷୟକ୍ଷତି ଘଟାଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।