ଶୋଇଥିବା ବେଳେ ଘର ଭାଙ୍ଗିଦେଲା ହାତୀ, ଆଉ ତା’ ପରେ…

ପାଟଣା,୨୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୮ଟିକିଆ ବଣୁଆ ହାତୀପଲ ଉପଦ୍ରବ ସହ ଭୟ ଦେଖାଦେଇଛି। ଏହି ହାତୀପଲ ୨ ଭାଗରେ ବିଭକ୍ତ ହୋଇ ଧାନ,ମକା, ପରିବା ଚାଷ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି। ୧୭ ଟିକିଆ ହାତୀପଲ ଗୁରୁବାର ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀଘର ଭାଙ୍ଗିବାରୁ ଘରର କାନ୍ଥ ଖସି ପଡ଼ିଥିଲା। ହେଲେ ଘର ଭିତରେ ଥିବା ଦେଢ଼ମାସର ଶିଶୁପୁତ୍ର ସହ ପରିବାର ଲୋକେ ଅଳ୍ପକେ ଏକ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ସେହିଭଳି ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ୧୧ ଟିକିଆ ହାତୀପଲ ଅଞ୍ଚଳରେ ଏକର ଏକର ଧାନଚାଷ ନଷ୍ଟ କରିବା କୁଞ୍ଜ ବିହାରୀ ନାଏକଙ୍କ ପାଚେରି ଭାଙ୍ଗି ଦେଇଛନ୍ତି। ୧୭ ଟିକିଆ ହାତୀପଲ ଏବେ ପାଟଣା ବୈତରଣୀ ନଦୀକୂଳ ଆକାଶିଆ ଜଙ୍ଗଲରେ ଡେରା ପକାଇଥିବା ବେଳେ ୧୧ ଟିକିଆ ହାତୀପଲ ବେଲଦା ଜଙ୍ଗଲରେ ଡେରା ପକାଇଛନ୍ତି। ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri