ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଲା ହାତୀ

କେନ୍ଦୁଝର,୨୬।୯(ସ୍ବ.ପ୍ର): କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳରେ ତିନିଦିନ ଧରି ପ୍ରସବ କଷ୍ଟରେ ଛଟପଟ ହେଉଥିବା ମାଈହାତୀର ଶନିବାର ଅସ୍ତ୍ରୋପଚାର କରାଯାଇଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସିକଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ରବିବାର ସନ୍ଧ୍ୟାରେ ମାଈହାତୀଟି ଆଖି ବୁଜିଛି। ସୂଚନା ଅନୁସାରେ, ଗତ ୨୩ ତାରିଖ ସକାଳେ ଜାମୁଦଲକ କାଜୁ ଜଙ୍ଗଲରେ ବଣୁଆ ହାତୀ ପଲ ମଧ୍ୟରେ ଦୁଇଟି ନୂତନ ଶାବକ ଜନ୍ମ ନେଇଥିବା ବେଳେ ମାଈହାତୀ ଶାବକକୁ ଜନ୍ମ ଦେଇ ନ ପାରି ଯନ୍ତ୍ରଣାରେ ଛଟପଟ ହେଉଥିଲା।