ଖାଲରେ ପଡିଲା ହାତୀ, ବାହାରିବାକୁ ଲଗାଇଛି କସରତ

ଭବାନୀପାଟଣା,୩୦।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ କାର୍ଯ୍ୟାଳୟ ଅଧିନସ୍ଥ ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶରେ ଥିବା ଏକ ଖାଲରେ ସୋମବାର ସକାଳୁ ଏକ ବଣୁଆ ହାତୀ ପଡି ଯାଇଥିବା ଦେଖିବାକୁ ମିଳିଛି। ଏପରିକି ହାତୀଟି ବାହାରକୁ ଆସିବା ପାଇଁ କସରତ କରୁଥିଲେ ମଧ୍ୟ ଏ ଯାଏ ସଫଳ ହୋଇପାରୁନାହିଁ। ଗତ କିଛିଦିନ ହେଲା ବଜରଗଡ଼ ଜଙ୍ଗଲର ୩୦ ଟିକିଆ ହାତୀ ପଲ ଏ ଅଞ୍ଚଳରେ ବୁଲି ଉପଦ୍ରବ କରି ଧାନ ଓ କପା ଫସଲ ନଷ୍ଟ କରିଛନ୍ତି। ବନ ବିଭାଗ ସେମାନଙ୍କୁ ଘଉଡାଇବାରେ ଅସଫଳ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି॥

Share