ମୁଖ୍ୟମନ୍ତ୍ରୀ ଗାଁରେ ପଶିଲେ , ଦୁଇଟି ଘର ଭାଙ୍ଗିଲେ

କେନ୍ଦୁଝର,୩୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ, ଉଖୁଣ୍ଡା ଫରେଷ୍ଟ ସେକ୍ସନ ବାରିଆ, ରାଣିପୁର, ରତନପୁର,ଚକୁଳିଆ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରେ ୪ ଦିନ ହେବ ୨୭ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରି ଘରଦ୍ୱାର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି କରିଛନ୍ତି । ସେହି ୨୭ ଟିକିଆ ହାତୀପଲ ସୋମବାର ଦିନବେଳା ଚମ୍ପୁଆରେଞ୍ଜ ବାଲିବନ୍ଧ ଫରେଷ୍ଟ ସେକ୍ସନ ଅଧୀନ ଦୁର୍ଗାପୁର ଜଙ୍ଗଲରେ ଥିଲେ । ସୂର୍ଯ୍ୟାସ୍ତ ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳା ଗ୍ରାମ ହୁଡ଼ିସାହିରେ ପଶି ଦୁଇଟି ଘର ଭାଙ୍ଗିବା ସହ ଧାନ, ଚାଉଳ, ଧାନତଳି, ପନିପରିବା ଖାଇ ପାଦରେ ଦଳ ଦେଇଛନ୍ତି।

ତେବେ ୨୭ଟିକିଆ ହାତୀପଲ ସୋମବାର ରାତିରେ ରାଇକଳା ଗ୍ରାମ ହୁଡ଼ିସାହିରେ ପଶି ଗୌରହରି ନାଏକ, ପ୍ରଭାତୀ ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଥିଲେ। ପରେ ପରେ ଚଘୁରୁ ନାଏକଙ୍କ ଧାନତଳି ସାଙ୍ଗକୁ ରୁଆ ହୋଇଥିବା ଧାନ ଖାଇବା ସହ ପାଦରେ ଦଳିମକଚି ଦେଇଥିଲେ । ଏହାପରେ ଲୋକନାଥ ନାଏକଙ୍କ ପନିପରିବା ଖାଇଯିବା ସହ କଫିଲ ଆନସାରୀଙ୍କ ଇଟା କାରଖାନାରେ ପଶି କୁକୁଡ଼ା ଘର ଭାଙ୍ଗିବା ପରେ ଅନ୍ୟ ଘରର ଝରକା ଭାଙ୍ଗି ବିଛଣା ଚାଦର ଓ କିଛି ଲୁଗାପଟା ଝିଙ୍କି ନେଇଥିଲେ । ହାତୀପଲକୁ ଘୋଉଡାଇବା ପାଇଁ ବନବିଭାଗ ଓ ଗ୍ରାମବାସୀ ଙ୍କୁ ନାକେଦମ ହେବାକୁ ପଡିଥିଲା । ବହୁ ଉଦ୍ୟମ ପରେ ହାତୀପଲ ଦୁଇ ଭାଗ ହୋଇଯାଇଥିଲେ । ସେଥିମଧ୍ୟରୁ ୧୧ ଟି ହାତୀ ପଳାସପଙ୍ଗା ଫରେଷ୍ଟ ସେକ୍ସନ ଅଧୀନ ଶୁଣ୍ଢିଆପଶି ସଂରକ୍ଷିତ ଜଙ୍ଗଲ ରେ ରହିଥିବା ବେଳେ, ଅନ୍ୟ ୧୫ଟି ହାତୀ ୨୦ନମ୍ବର ଜାତୀୟ ରାଜପଥ ପାରି ହୋଇ ଚମ୍ପୁଆରେଞ୍ଜ ବାଲିବନ୍ଧ ଫରେଷ୍ଟ ସେକ୍ସନ ଅର୍ଶଳା ପଞ୍ଚାୟତର ତେଲିଅର୍ଶଳା ଗ୍ରାମ ମାଟିଆଳ ସାହି ଜାମୁ ଜଙ୍ଗଲ ରେ ବିଶ୍ରାମ ନେଇଥିବା ଫରେଷ୍ଟର ବୁଲୁ ନାହାକ ସୂଚନା ଦେଇଛନ୍ତି । ତେବେ ଦନ୍ତାହାତୀ ଗୋଠ ଛଡା ହୋଇ ମୟୁରଭଞ୍ଜ ଅଞ୍ଚଳକୁ ଚାଲି ଯାଇଥିବା ବନବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri