ସ୍କୁଲ ଛୁଟି କଲା ହାତୀ

ଉଦଳା,୨ା୧୦(ସନ୍ତୋଷ କୁମାର ବାଚ୍ଛିନୀ):ହାତୀ ଭୟରେ ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ କାଠୁଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ମଙ୍ଗଳବାର ଛୁଟି କରିଦିଆଯାଇଥିଲା। ବିଦ୍ୟାଳୟଠାରୁ ୫୦ ମିଟର ଦୂରରେ ୨ବଣୁଆ ହାତୀ ବୁଲୁଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ରଜତ କୁମାର ମହାପାତ୍ର ଏଭଳି ନିଷ୍ପତ୍ତି ନେଇଥିଲେ। ବୁଧବାର ସ୍ଥିତି ଦେଖି ସ୍କୁଲ ଖୋଲିବ କି ନାହିଁ ବିଚାର କରାଯିବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।
ସୂଚନା ଅନୁଯାୟୀ, କୁଲଡିହା ଅଭୟାରଣ୍ୟରୁ କାଠୁଆବେଡ଼ା ଗଁାକୁ ଅନୁପ୍ରବେଶ କରିଥିବା ଗୋଟିଏ ଦନ୍ତା ସମେତ ୨ ହାତୀ ଦୁଇ ଦିନ ହେଲା ଉତ୍ପାତ ଚଳାଇଛନ୍ତି। ସ୍କୁଲ ପାଖ ଜଙ୍ଗଲରେ ଡେରା ପକାଇବା ସହ ବେଳେବେଳେ ବାହାରକୁ ଆସି ବିଲରେ ପଶି ଧାନଗଛ ଖାଉଛନ୍ତି। ଦୁଇ ହାତୀଙ୍କ ଗର୍ଜନ ଶୁଣି ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘଉଡ଼ାଇବା ପାଇଁ ବନ ବିଭାଗ ଚେଷ୍ଟା କରି ନାକେଦମ୍‌ ହୋଇଛି। ବିଭାଗୀୟ କର୍ମଚାରୀ ଚାରି ପଟୁ ଘେରିରହିଥ ହାତୀ ଦୁଇଟିର ଗତିବିଧି ଉପରେ ନଜର ରଖିଛନ୍ତି। ପୁନଶ୍ଚ କୁଲଡିହା ଅଭୟାରଣ୍ୟକୁ ଘଉଡ଼ାଇ ଦେବା ପାଇଁ ପ୍ରୟାସ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସନ୍ତୋଷ ଜାହିର କଲେ ଛାତ୍ରୀଛାତ୍ର

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ଦେଶର ସୁରକ୍ଷା ପାଇଁ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଏକ ପ୍ରମୁଖ ଅଙ୍ଗ। ବାହ୍ୟଶତୃକୁ ପ୍ରତିହତ କରିବା ପାଇଁ ଏଠାରୁ ଶିକ୍ଷାର୍ଥୀଙ୍କ ମୂଳଦୁଆ...

ଗାନ୍ଧୀ ଜୟନ୍ତୀରେ ସଫେଇ କାର୍ଯ୍ୟକ୍ରମ: ସାମିଲ ହେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୨।୧୦(ଅରୁଣ ସାହୁ):ଆଜି ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜନ୍ମଦିବସ। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ...

ଆଜି ଆସିବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ବ୍ରହ୍ମପୁର,୨।୧୦(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୨୪ ନିର୍ବାଚନରେ ୧୧ ଆସନରେ ଭାଜପା ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଫଳରେ ଦଳ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ବାଲେଶ୍ୱର ଜିଲା ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ମାନସ କୁମାର ଦତ୍ତ। ୨୦୨୪ ନିର୍ବାଚନରେ ସେ ବିଜେଡିର ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସଙ୍କୁ...

ଭସାଣିରେ ଡିଜେ ମନା

ବ୍ରହ୍ମପୁର,୨।୧୦(ସ୍ମୃତି ରଞ୍ଜନ ମହାଲିକ): ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ରହ୍ମପୁର ଉପଜିଲାପାଳ ଦିନା ଦସ୍ତଗିରଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ...

ପ୍ରଂଶସା ସାଉଁଟିଲେ ବିଡ଼ିଓ

ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ):ପ୍ରଶାସନିକ ଭାବେ ଜଣେ ନିର୍ଭିକ, ନିଷ୍ଠାବାନ ଓ କର୍ମଠ ଭାବେ ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ବର୍ଷ ଧରି ଦାୟିତ୍ୱ ସମ୍ପାଦନା...

ମଧ୍ୟାହ୍ନ ଭୋଜନ ନ ଆସିବାରୁ ଉତ୍ତେଜନା: ପରେ ଯାହା ଘଟିଲା….

ବାସୁଦେବପୁର,୨।୧୦(ନାରାୟଣ ପ୍ରସାଦ ବାରିକ୍‌):ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ମନ୍ଦାରୀ ହରିଜନ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ନିମ୍ନମାନର...

ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମୀ

କେନ୍ଦୁଝର, ୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଅପରାହ୍ନରେ କେନ୍ଦୁଝର ଏମ୍‌ପିଙ୍କ ପ୍ରତିନିଧି ହରିହର ପ୍ରଧାନ ଓ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri