ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍‌ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫)। ରବିବାର ସକାଳେ ସେ କାମାକ୍ଷାନଗର ଯାଉଥିବା ସମୟରେ ଗ୍ରାମ ନିକଟସ୍ଥ ଗଣ୍ଠି ଗାଡ଼ିଆ ନିକଟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଫିଙ୍ଗି ଦେଇଥିବା ବେଳେ ବାମପାଖ ଜଙ୍ଘରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସମୟରେ ହାତୀ ମଣିଷ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିବାରୁ ଅନେକ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ହାତୀ ପଲକୁ ଜନବସତି ଅଞ୍ଚଳରୁ ବିତାଡ଼ିତ କରିବାକୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ନିଷ୍କ୍ରିୟ ରହୁଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲା ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ,୧୬।୪(ରତନ ନାୟାର): ଢେଙ୍କାନାଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ...

SHG ମହିଳାଙ୍କ ପାଇଁ ଖୁସି ଖବର: ବିନା ସୁଧରେ ସରକାର ଦେବେ ୧୦ ଲକ୍ଷ ଟଙ୍କା ଋଣ

ଭୁବନେଶ୍ୱର, ୧୫ା୪(ସୁନିତ୍‌ ମିଶ୍ର):ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକ ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଜାରି ରଖିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ...

ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ...

ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି,...

ହାତୀ ନେଲା ମହିଳାଙ୍କ ଜୀବନ, ଅନ୍ୟ ଜଣେ ଗୁରତର

ବରଗଡ଼, ୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ଟୁର୍ଚା ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ...

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ

କାବୁଲ,୧୬।୪: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର...

ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image