ଗୁରୁତର ଅବସ୍ଥାରେ ପଡ଼ିରହିଛି ହାତୀ: ପହଞ୍ଚି ନାହାନ୍ତି ଡାକ୍ତରୀ ଟିମ୍‌

ଚୌଦ୍ୱାର,୨୭ା୯(ଡି.ଏନ୍‌.ଏ): କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜ ମଙ୍ଗରାଜପୁର ଡମଡମଣୀ ଜଙ୍ଗଲରେ ଏକ ମାଈ ହାତୀ ଗୁରୁତର ଅବସ୍ଥାରେ ପଡିରହିଛି । ଡମଡମଣୀ ଜଙ୍ଗଲ ନିକଟରେ ଥିବା ଆଦୀବାସୀ ବହୁଳ ବାଞ୍ଜିଆମ୍ବା ଗ୍ରାମର କିଛି ଲୋକ ଶନିବାର ସନ୍ଧ୍ୟାରେ ହାତୀଟି ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଉକ୍ତ ସ୍ଥାନକୁ ଯିବା ପାଇଁ ରାସ୍ତା ଅସୁବିଧା ହେତୁ ରବିବାର ସକାଳେ ବନ ବିଭାଗର କିଛି ଫରେଷ୍ଟଗାର୍ଡ ହାତୀଟିକୁ ଜଗିରହିଥିବା ବେଳେ ବନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି । ହାତୀଟିର ଆଗ ଡାହଣ ଗୋଡଟି ଫୁଲିଥିବା ଓ ଗୋଟିଏ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି । ହାତୀଟିର ଅବସ୍ଥା ଗୁରୁତର ଥିବା ହେତୁ ସେ ଗୋଟେ ବୁଦା ନିକଟରେ ପଡିରହିଛି ।

Share