୨ ମହିଳାଙ୍କୁ ଦଳିଦେଲା ହାତୀ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସାତମାଇଲ,୩୦ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଦୁଦୁରୁକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ୨ ଜଣ ମହିଳାଙ୍କୁ ହାତୀ ଦଳିଦେବାରୁ ଉଭୟଙ୍କର ମୃତ୍ୟୁ ଘଟିଛି।


ପ୍ରକାଶ ଯେ, ଗୁରୁବାର ଭୋର୍‌ରୁ ଗ୍ରାମର ସ୍ବର୍ଗତ ମଙ୍ଗୁଳ ସାମଲଙ୍କ ସ୍ତ୍ରୀ ପୁଟି ସାମଲ (୬୫) ଓ ନବ ମାଝିଙ୍କ ସ୍ତ୍ରୀ ଅଗାରୀ ମାଝି ଦୁଇଜଣ ମିଶି ମହୁଲ ଗୋଟାଇବାକୁ ନିଜର ଘର ନିକଟସ୍ଥ ମହୁଲ ବୋରିକୁ ଯାଇଥିବା ସମୟରେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଏନେଇ ଗ୍ରାମରେ ଉତ୍ତେଜନା ଲାଗିରହିବା ସହ ପ୍ରତିବାଦରେ ଗ୍ରାମବାସୀ କଟକ ସମ୍ବଲପୁର ରାସ୍ତାର ଦୁଦୁରୁକୋଟସ୍ଥିତ ତାରିଣୀ ଛକ ରାସ୍ତାକୁ ଅବରୋଧ କରିଛନ୍ତି। ଖବରପାଇ ପାଇ ରେଞ୍ଜର ଲୋହିତ ରଥ ଓ ହିନ୍ଦୋଳ ଉପଖଣ୍ତ ପୋଲିସ ଅଧିକାରୀ ଦୀପକ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନସାଧାରଣଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ଜାରି ରହିଛି।

Share