
ଢେଙ୍କାନାଳ,୩୦ା୧(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ହିନ୍ଦୋଳ ରୋଡ୍ ଫାଣ୍ଡି ବଦାଳୁ ହାଣ୍ଡିଫୁଟା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୬ ବର୍ଷର ଶିଶୁକନ୍ୟା ପିହୁ ନାୟକଙ୍କ ମୃତ୍ୟୁ ଘଟିଛି। ଦନ୍ତାହାତୀଟି ରାତିରେ ଚାଳ ଘର କାନ୍ଥ ଭାଙ୍ଗି ଘରେ ପଶି ଶୋଇଥିବା ଶିଶୁକନ୍ୟାକୁ ଦଳି ଦେଇଥିଲା। ଏହି ଘଟଣାରେ ଶିଶୁକନ୍ୟାଙ୍କ ମାଆ ଓ ବାପା ଅଳ୍ପକେ ବର୍ତ୍ତିଲେ। ଏହି ଘଟଣା ପ୍ରତିବାଦରେ ଅଞ୍ଚଳବାସୀ ଓ ପରିବାର ସଦସ୍ୟ ହାଣ୍ଡିଫୁଟାଠାରେ ଗୁଡ଼ିଆ କାଟେଣୀ-ହିନ୍ଦୋଳ ରାସ୍ତାକୁ ସକାଳ ୭ ଟାରୁ ଅବରୋଧ କରିଛନ୍ତି। ଖବର ପାଇ ମୋଟଙ୍ଗା ଥାନା ପୋଲିସ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା ଜାରି ରଖିଛନ୍ତି।