Advertisement

ପରିସ୍ରା କରିବାକୁ ଉଠିଥିଲେ ଯୁବକ, ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକେ ଭୟ ଓ ଆତଙ୍କିତ ହୋଇପଡ଼ିଛନ୍ତି। ରବିବାର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର (ଖ) ନିକଟ ଚମକପୂର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ଘଟଣା ଉକ୍ତ ଅଞ୍ଚଳରେ ଭୟ ସୃଷ୍ଟି କରିଛି। ମୃତକଙ୍କ ନାମ ରଥ ମୁଣ୍ଡା (୨୮)।

ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୨ଟାବେଳେ ରଥ ମୁଣ୍ଡା ଘରୁ ପରିସ୍ରା କରିବାକୁ ଅଗଣାକୁ ବାହାରିଥିଲେ। ଏହି ସମୟରେ ଘର ଆଗରେ ବୁଲୁଥିବା ଏକ ହାତୀ ହାବୁଡରେ ପଡ଼ିଯାଇଥିଲୋ। ଅନ୍ଧାର ରାତିରେ ହାତୀଟି ଶୁଣ୍ଢରେ ତାଙ୍କୁ ଧରି ପାଦରେ ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଚମ୍ପୁଆ ରେଞ୍ଜ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ।
ଉକ୍ତ ଅଞ୍ଚଳରେ ୩୨ ଟିକିଆ ହାତୀପଲ ଥିବାବେଳେ ଏହି ପଲରୁ ଅଲଗା ହୋଇ ଏହି ଦନ୍ତା ହାତୀ ରେଭେନ୍ସାପୁର ଗ୍ରାମରେ ଉନ୍ମତ୍ତ କାଣ୍ଡ ଘଟାଇଛି। ବିଲ ଧାନ କରାଯାଉଥିବାରୁ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଏଭଳି ଆକ୍ରମଣ କରୁଥିବାରୁ ସ୍ଥାନୀୟ ଲୋକେ ଚିନ୍ତାରେ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: elephant