ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ

ଲେଫ୍ରିପଡ଼ା,୨୬ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ରେଞ୍ଜ ଅନ୍ତର୍ଗତ ଦଲକି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ସେହି ଗ୍ରାମର ସୁରଜ ବାର୍ଲା(୪୫) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆସି ସୁରଜଙ୍କ ଘର ଭାଙ୍ଗିଥିଲା l ଘରେ ପରିବାର ସଦସ୍ୟ ସମସ୍ତେ ଶୋଇଥିବା ବେଳେ ହାତୀଟି ଆସି ସୁରଜକୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁରଜଙ୍କ ୪ ପିଲା ଏବଂ ସ୍ତ୍ରୀ ଦୌଡି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଖବର ପାଇ ଘଟଣାସ୍ଥଳକୁ ଲେଫ୍ରିପଡ଼ା ରେଞ୍ଜର ସୁଶାନ୍ତ କୁମାର ପ୍ରଧାନ, ଫରେଷ୍ଟେର ଅଶ୍ୱିନୀ କୁମାର ପଟେଲ ଅନ୍ୟାନ୍ୟ ବନ କର୍ମଚାରୀ ଏବଂ ଲେଫ୍ରିପଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛନ୍ତି।