ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ହାତୀ ଏବଂ ଗୟଳ ବା ଗଣ୍ଡାକୁ ଦେଖିବାକୁ ମିଳୁଛି। ଗୟଳର ସିଂଘ ଦେଖି ହାତୀର ଲୋଭ ହେଉଛି। ସେ ଗୟଳ ପରି ସିଂଘ ଲଗାଉଛି। ଏଥିଲାଗି ସେ ଏକ ବାଡିକୁ ସିଂଘ ଭାବେ ବ୍ୟବହାର କରି ଗୟଳକୁ ସେଠାରୁ ତଡ଼ୁଛି। ଏହି ଭିଡିକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ଯଦି ଆପଣ ତାକୁ ବାହାର କରିପାରିବେ ନାହିଁ, ତାକୁ ଦ୍ୱନ୍ଦରେ ପକାନ୍ତୁ, ଏକ ଗୟଳକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ହାତୀ ଏକ ବାଡ଼ିର ବ୍ୟବହାର କରେ ..। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
If you can’t outsmart him,
Confuse him😎😎
Elephant using a branch to confuse and ward off a rhino..(https://t.co/BXa65xPtL4 for credit) pic.twitter.com/ZPPa0NFqd6
— Susanta Nanda (@susantananda3) August 11, 2020