ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟକୁ ଚାଲିଆସିଥିବା ଏକ ମାଈ ହାତୀ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡିଥିଲା। ରାତି ପ୍ରାୟ ଦେଢ଼ଟାରେ ହାତୀ ଗ୍ରାମରେ ପ୍ରବେଶ କରିଥିବା ସୂଚନା ପାଇ ଗ୍ରାମବାସୀ ଉଠି ଘଉଡାଇଥିଲେ। ହାତୀ ପଲ ଧାଇଁ ପଳାଇ ଯିବା ବେଳେ ଉକ୍ତ ହାତୀଟି ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଦଳନାୟକଙ୍କ ବାଡ଼ିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ଯାହାପରେ ଗ୍ରାମବାସୀମାନେ ବନ ବିଭାଗକୁ ସୂଚନା ଦେବା ପରେ ରାତି ପ୍ରାୟ ସାଢେ ୩ଟା ବେଳେ ବନ କର୍ମଚାରୀ ହାତୀକୁ ଉଦ୍ଧାର କରିବାକୁ କୂଅରେ ପାଣି ଢାଳିବା ସହ ମେଶିନ ସହାୟତାରେ ଚାରି ପାଖରେ ମାଟି ଖୋଳିଥିଲେ। ପରେ ହାତୀଟି ସୁରକ୍ଷିତ ଭାବେ କୂଅରୁ ବାହାରି ଜଙ୍ଗଲକୁ ଚାଲି ଯାଇଥିଲା। ସୂଚନାଯୋଗ୍ୟ ଯେ ତେଲକୋଇ ରେଞ୍ଜରେ ୨୪ଟି ହାତୀ ରହିଥିବା ଜଣାପଡିଛି। ଉକ୍ତ ହାତୀଟି ବେଣାମୁଣ୍ଡା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମଣିପୁର ଜଙ୍ଗଲରେ ଅନ୍ୟ ହାତୀ ମାନଙ୍କ ସହିତ ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷକଙ୍କ ନାମରେ ପୁଣି ଅନାସ୍ଥା ଆଣିଲେ ସମିତିସଭ୍ୟ,ସରପଞ୍ଚ

ଭବାନୀପାଟଣା/ଥୁଆମୁଳ ରାମପୁର, ୮।୧୦(ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ପୁଣି ଅନାସ୍ଥା ଅଭିଯୋଗ ଆସିଛି। ଗତ...

ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

ବାଲିଗୁଡା,୮।୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲାର ଦଶହରା ମାର୍କେଟରେ...

ପିଲାମାନଙ୍କ ବୌଦ୍ଧିକ ବିକାଶରେ ଜେଜେ ମା’-ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

କେସିଙ୍ଗା ତା୮.୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡାସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ୱରେ ସ୍କୁଲର ସଭାଗୃହରେ ଜେଜେ ମା’-ଜେଜେ ବାପା...

ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ

ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ...

କାତ୍ୟାୟନୀ ବେଶରେ ମା’ ସମଲେଶ୍ବରୀ: ଜାଣନ୍ତୁ କେମିତି ମାନସିକ ପୂରଣ ସହିତ ପାଇବେ ଶୁଭଫଳ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ମଙ୍ଗଳବାର ମା’ ସମଲେଶ୍ବରୀ କାତ୍ୟାୟନୀ ବେଶରେ ଦର୍ଶନ...

ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: ଆସିଲା ବଡ଼ ରାୟ

କଳାହାଣ୍ଡି,୮।୧୦: କଳାହାଣ୍ଡି ଜିଲା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଉପରେ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ଖାଲି ପଡ଼ିଥିବା ସମିତି ସଭ୍ୟ...

ପୋଲ ଉପରେ ଓଲଟି ପଡିଲା କାର୍‌: ଦମ୍ପତି ଗୁରୁତର

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ...

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଗୋପିନାଥପୁର ଫାର୍ମ ସାହିରେ ୨୦୨୧ରେ ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜି ଜିଲା ଦୌରଜଜ ଅଶୋକ କୁମାର ପଣ୍ଡା ଦୋଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri