ଶୋଇଥିବା ବେଳେ ଯୁବକଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ମାରିଲା ଦନ୍ତା

ଖମାର,୧୬ା୬(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଳଲହଡ଼ା ଥାନା ପାଲଲହଡ଼ା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଯୁବକକୁ ଟେକିନେଇ କଚାଡ଼ି ମାରିଛି ଦନ୍ତା ହାତୀ।

ସୂଚନାନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ ପିଇ ସାରି ଘରେ ଶୋଇଥିଲେ। ପରେ ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକେଇ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଶୋଇଥିବା ଅବସ୍ଥାରେ ଟେକି ନେଇ କଚାଡ଼ି ଦେଇଥିଲା ଏବଂ ପାଦରେ ଦଳି ଦେଇଥିଲା। ଫଳରେ ପବିତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏ ନେଇ ବନ ବିଭାଗକୁ ଖବର ପରେ ବନ ବିଭାଗ ଓ ପାଲଲହଡ଼ା ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।

Share