ବାଙ୍କୀ,୨୪ା୧: କଟକ ଜିଲା ବାଙ୍କୀ ବ୍ଲକ କଇଁମୁଣ୍ଡି ନିକଟ ମହାନଦୀ ପଠାରେ ଏକ ହାତୀପଲ ଫସି ରହିଛନ୍ତି। ଶନିବାର ରାତିରେ ଆଠଗଡ଼ ସୁକାସନ ସଂରକ୍ଷିତ ଜଙ୍ଗଲରୁ ହାତୀପଲ ଡମପଡ଼ା ଚନ୍ଦକା ଅଭୟାରଣ୍ୟକୁ ଫେରୁ ଥିବାବେଳେ ଘନ କୁହୁଡି ଯୋଗୁ ଆଗକୁ ଯାଇ ନ ପାରି ନଦୀ ପଠାରେ ଅଟକି ଯାଇଥିଲେ। ଏହାଦେଖି କଇଁମୁଣ୍ଡି ଗ୍ରାମବାସୀ ବନ ବିଭାଗରେ ଖବର ଦେଇଥିଲେ। ପରେ ଡମପଡ଼ା ଚନ୍ଦକା ଅଭୟାରଣ୍ୟ ଅଧୀନ ଭାଗୀପୁର ବନଖଣ୍ଡ କର୍ମଚାରୀ ପହଞ୍ଚତ୍ ହାତୀ ପଲର ଗତିବିଧି ଅନୁଧ୍ୟାନ କରୁଛନ୍ତି।