ଡାକବଙ୍ଗଳା ପାଚେରି ଭାଙ୍ଗିଲେ ହାତୀପଲ, ନଷ୍ଟ କଲେ ଧାନଫସଲ

ପାଟଣା,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ଅଞ୍ଚଳରେ ବୁଧବାର ରାତିରେ ୨୬ ଟିକିଆ ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ପରେ ଆଖପାଖ ଗାଁରେ ଉପଦ୍ରବ କରି ଶୁକ୍ରବାର ରାତିରେ ଭୀମକୁଣ୍ଡ ପଞ୍ଚାୟତ ଡାକବଙ୍ଗଳାରେ ପଶି ପଛ ପାର୍ଶ୍ୱ ପାଚେରିର ୫ ଫୁଟ ପର୍ଯ୍ୟନ୍ତ ଭାଙ୍ଗି ଦେଇଛନ୍ତି। ଏଥିସହ ଏହି ହାତୀପଲ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ସୀମା ଜଙ୍ଗଲରେ ପ୍ରବେଶ କରିଛନ୍ତି। ଏହି ହାତୀପଲ ଗୁରୁବାର ଓ ଶୁକ୍ରବାର ରାତିରେ ପିଛୁଳାବେଡ଼ା ଓ ବଣ ମହୁଲ ଡିହା ଗାଁର ଚାଷୀମାନଙ୍କ ଧାନ ବିଲକୁ ଦଳଚକଟି ନଷ୍ଟ କରିଛନ୍ତି। ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଖୁବ୍‌ଶୀଘ୍ର ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।