ବାଲେଶ୍ୱର ଅଫିସ,୧।୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଅଭୟାରଣ୍ୟରୁ ସୋମବାର ମଧ୍ୟରାତ୍ରିରେ ଦୁଇଟି ଦନ୍ତା ଜଙ୍ଗଲରୁ ପଳେଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଜାମୁଢ଼ିଆ ପଞ୍ଚାୟତ ଭୁଳାଗଡିଆ ଗାଁର ଜାନକୀ ଟୁଡ଼ୁଙ୍କ ଘରେ ପଶି ଯାଇଥିଲା । ପରିବାର ୫ ସଦସ୍ୟ ଶୋଇଥିବା ବେଳେ ଛପର ଭାଙ୍ଗିବାର ଶବ୍ଦ ଶୁଣି ବାହାରକୁ ଧାଇଁ ପଳାଇଥିଲେ। ଏଥିପାଇଁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସେହିପରି ଉକ୍ତ ଗ୍ରାମର ମଙ୍ଗଳ ମୁର୍ମୁ ଘର ମଧ୍ୟ ଭାଙ୍ଗି ଦେଇଥିଲେ। ଦନ୍ତାର ଉପଦ୍ରବକୁ ମୁକାବିଲା କରିବାକୁ ଶେଷରେ ଗାଁର ୩୦ /୫୦ ଯୁବକ ଏକତ୍ରିତ ହୋଇ ତାକୁ ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇ ନେଇଥିଲେ।