ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ ଦଳି ଜଣଙ୍କୁ ମାରିଦେଇଛି। ମୃତକ ଜକୈକଳା ଗ୍ରାମର ଧରଣୀ ପାତ୍ର (୪୦)। ଆଜି ପ୍ରତ୍ୟୁଷରେ ଘର ଅଗଣା ଝାଡୁ କରିବା ସମୟରେ ନିକଟରେ ବୁଲୁଥିବା ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକି ନେଇ କଚାଡ଼ିବା ପରେ ପାଦରେ ଦଳି ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପ୍ରଚାରିତ ହେବା କ୍ଷଣି ଆତ୍ମୀୟ ଓ ଗ୍ରାମବାସୀ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଁ ଏଠାରେ ଡାକ୍ତର ମୃତ ଘୋଷିତ କରିଥିଲେ। ବାରମ୍ବାର ଏଭଳି ଘଟଣା ଘଟିବା, ବ୍ୟାପକ କ୍ଷୟକ୍ଷତି ହେବା ନେଇ ଏବେ ସମ୍ପୂର୍ଣ୍ଣ ଜନସାଧାରଣ ବନ ବିଭାଗକୁ ଦାୟୀ କରିବା ସହ ଆଜି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ବନବିଭାଗର ପାରା କର୍ମଚାରୀ ତପନ କୁମାର ନାଏକଙ୍କୁ ମାଡ୍‌ପିଟ୍‌ କରିଥିଲେ। ଚିକିତ୍ସାଳୟ ପରିସରରେ ବଣାଇଁ ପୋଲିସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଥିଲା। ଏବେ ସମସ୍ତ ଗ୍ରାମବାସୀ ବଣାଇଁ ବନଖଣ୍ଡ କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ଚେତାବନୀ ଦେଇଛନ୍ତି। ହାତୀ ଘଉଡ଼ାଇବା କ୍ଷେତ୍ରରେ ଗୋଟେ ବନାଞ୍ଚଳ ଓ ଅନ୍ୟ ବନାଞ୍ଚଳ ମଧ୍ୟରେ ସମନୟର ଅଭାବ ଯୋଗୁ ସାଧାରଣ ଜନତାଙ୍କ ଜୀବନ ବିପନ୍ନ ହେଉଥିବା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଇତ୍ୟାଦି ଦାବି ନେଇ ଏହି ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଜ୍ଞାସା ବାର୍ଷିକୋତ୍ସବରେ କୃତି ଛାତ୍ରୀଛାତ୍ର ପୁରସ୍କୃତ

ଥୁଆମୂଳ ରାମପୁର,୨୨।୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ୭ତମ ଜିଜ୍ଞାସା ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ...

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ

ପୁରୁଷୋତ୍ତମପୁର,୨୨।୧୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଭଲ ଧାନଫସଲ ହୋଇଥିବା ବେଳେ ଦୁଇଦିନଧରି ଚାଲିଥିବା ଲଗାଣ ବର୍ଷାରେ ଧାନ ଫସଲ ମାନ ଭଜୁଡିଯାଇଛି। ଫଳରେ...

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସମ୍ବଲପୁର,୨୨।୧୨(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ସୁବିସ୍ତୀର୍ଣ୍ଣ ଆର୍ଦ୍ରଭୂମିର ଅନୁକୂଳ ପରିବେଶ ପ୍ରତି ଆକର୍ଷିତ ହୋଇ ସୁଦୂର ୟୁରୋପ, ଆମେରିକା...

ଆହାର ଉପରେ ପାହାର ଦେଲା ଅଦିନିଆ ବର୍ଷା, କ୍ଷେତରେ ଜଳମଗ୍ନ ହୋଇ ପଡ଼ିଥିବା ପାଚିଲା ଧାନର ସମୀକ୍ଷା କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨୨।୧୨(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ...

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୨୨ା୧୨: ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ରବିବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ହୃଦରୋଗ...

ମାରାଥନବେଳେ ଫୁଟିଲା ଗୁଳି, ଯୁବକ ଗୁରୁତର

ରାଉରକେଲା,୨୨ା୧୨: ରବିବାର ମାରାଥନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳି ଫୁଟିଛି। ଫଳରେ ଏହି ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ...

ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ତେବେ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବା...

ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର

ମହାକାଳପଡ଼ା,୨୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ବର୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପାଚିଲା ଧାନ ଫସଲ ଉଜାଡ଼ି ଦେଇଛି। ଏଥିଯୋଗୁ ଉନ୍ନତ କିସମ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri