ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଉନାହିଁ। ପ୍ରତିବର୍ଷ ଜିଲାର ୫୫ ପଞ୍ଚାୟତରେ ବନ୍ୟା ଜଳ ପଶୁଛି। ରାଜକନିକା, ଆଳି ଓ ଗରଦପୁର ବ୍ଲକ ଅଞ୍ଚଳର ସର୍ବାଧିକ କ୍ଷତି ହେଉଥିବା ବେଳେ ଫସଲ, ରାସ୍ତା, ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀବନ୍ଧ ସୁଦୃଢ଼ ନ ଥିବାରୁ ଆଳିର ୧୬ ପଞ୍ଚାୟତ, ପଟ୍ଟାମୁଣ୍ଡାଇର ୧୪, ରାଜନଗରର ୪, ମାର୍ଶାଘାଇର ୯, ଡେରାବିଶର ୨, ମହାକାଳପଡ଼ାର ୯ ଓ ଗରଦପୁର ବ୍ଲକ ଅଞ୍ଚଳରେ ବନ୍ୟାଜଳ ମାଡ଼ିଯାଉଛି। ଏପରି ଅଭିଯୋଗ ଚଳିତ ସାଧାରଣ ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଘୂରି ବୁଲିଛି। ରାଜନେତା ଓ ପ୍ରଶାସକଙ୍କ କାର୍ଯ୍ୟଦକ୍ଷତାକୁ ଏହି ପୋଷ୍ଟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଜିଲାରେ ଉଦ୍‌ବୃତ୍ତ ବର୍ଷା ଓ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ଏକ ବଡ଼ ସମସ୍ୟା ହୋଇଛି। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ନଦୀରେ ସାମାନ୍ୟ ଅଧିକ ପାଣି ଜିଲାର ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ନଦୀବନ୍ଧର ସୁଦୃଢ଼ୀକରଣ ସହ ନିଷ୍କାସନ ପଥ ବର୍ଷାଋତୁ ପୂର୍ବରୁ ସଫା ରଖିବା ଆବଶ୍ୟକ। ଇତିମଧ୍ୟରେ କେନ୍ଦ୍ରାପଡ଼ା ଜିଲା ମାନ୍ୟତାକୁ ୨୮ ବର୍ଷ ବିତିଛି। ବନ୍ୟାଜଳ ନିଷ୍କାସନ ପାଇଁ ଅଦ୍ୟାବଧି କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ସୂର୍ଯ୍ୟପ୍ରକାଶ ପାଣି କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ। ସାମାନ୍ୟ ବର୍ଷା ଅଧିକ ହେଲେ ଜିଲାର ୧୬୦ ଗ୍ରାମରେ ବନ୍ୟାଜଳ ପ୍ରବେଶ କରୁଛି। ବିଶେଷ ଭାବେ ରାଜକନିକା ଓ ଆଳି ବ୍ଲକ ଅଞ୍ଚଳର ସର୍ବାଧିକ ୫୦ ଗଁା ବନ୍ୟା ଯୋଗୁ ପ୍ରଭାବିତ ହେଉଛନ୍ତି। ସେହିପରି ରାଜନଗରର ୩୪ ଗଁା, ପଟ୍ଟାମୁଣ୍ଡାଇର ୨୫ ଗଁା ବନ୍ୟା ଘେରରେ ରହୁଥିବା ବେଳେ ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ, ଗରଦପୁର ବ୍ଲକ ଅଞ୍ଚଳର କେତେଗୋଟି ଗ୍ରାମ ପ୍ରଭାବିତ ହେଉଛି। ଅତ୍ୟଧିକ ବନ୍ୟା ଆସିଲେ ଗରଦପୁର ବ୍ଲକ ଅଞ୍ଚଳର ୫ ଗଁାର ଜନଜୀବନକୁ ବ୍ୟତିବ୍ୟସ୍ତ କରୁଛି। ଚାଷ ଉଜୁଡ଼ିବା ସହ ଅନେକ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀଶଯ୍ୟା ଖନନ, ବନ୍ଧବାଡ଼ର ମରାମତି ସହ ନୂତନ ବନ୍ଧର ଆବଶ୍ୟକତା ଅଛି। ସାମାଜିକ କର୍ମୀ ବିଭୂତି ଭୂଷଣ ରାଉତ କହିଛନ୍ତି, ଗୋବରୀ ନଦୀରେ ବନ୍ଧ ନାହିଁ। ଏହି ନଦୀ କୂଳରେ ଘର ଓ ଗ୍ରାମ ରହିଛି। ବର୍ଷାଋତୁରେ ନଦୀରୁ ପାଣି ଉଛୁଳି ଘରେ ପଶୁଛି। କୁମ୍ଭୀର ଭୟ ଥିବାରୁ ଗ୍ରାମବାସୀ ସର୍ବଦା ଭୟଭୀତ ହୋଇଥାନ୍ତି। ଏ ନେଇ ସ୍ଥାନୀୟ ଅଧିବାସୀ ରାଜନେତା ଓ ଜିଲା ପ୍ରଶାସନ ନିକଟରେ ବନ୍ଧ ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏହି ସମସ୍ୟାର ସମାଧାନ ହେଉନାହିଁ। ପରିବେଶବିତ୍‌ ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ନଦୀ ସଂଯୋଗୀକରଣକୁ ଜିଲାବାସୀ ଅଗ୍ରାଧିକାର ଦେଇଛନ୍ତି। ନଦୀର ମଧୁରଜଳକୁ ସମୁଦ୍ରକୁ ନିର୍ଦ୍ଦିଷ୍ଟ ମାତ୍ରାରେ ଛାଡ଼ି ଅବଶିଷ୍ଟକୁ ପାନୀୟ ଓ କ୍ଷେତରେ ବ୍ୟବହାର କରିହେବ। ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ସହ ବନ୍ୟାକୁ ରୋକିବା ପାଇଁ ନଦୀବନ୍ଧ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିସହ କ୍ଷେତରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ରାଜନେତାଙ୍କର ଏହି ସ୍ଥାନୀୟ ସମସ୍ୟା ପ୍ରତି ଧ୍ୟାନ ରହୁ ନ ଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri