Advertisement

ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ

ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା ମାରିବା ଘଟଣାକୁ ପ୍ରତିବାଦ କରି ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ସ୍ବାସ୍ଥ୍ୟ କର୍ମୀମାନେ ଧାରଣା ଦେଇ ନିଜ ଦାବି ପୂରଣ ପାଇଁ ସୂର ଉଠାଇଛନ୍ତି। ଏହିପରି କିଛି ଦୃଶ୍ୟ କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ସ୍ଥାନୀୟ ବ୍ଲକ ଅଧିନସ୍ଥ କୋଟିଆ ପଞ୍ଚାୟତର ଉପର ଗଞ୍ଜେଇ ପଦର ଗ୍ରାମର ବିଶ୍ୱନାଥ ଗେମେଲ ମୃତ ଦେହକୁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଚାଲିଯିବା ପରେ ମୃତଦେହକୁ ଗ୍ରାମରେ ପହଞ୍ଚାଇବା ନେଇ ସ୍ବାସ୍ଥ୍ୟ କେନ୍ଦ୍ର କତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ପରିବାର ବର୍ଗ ଏବଂ ଉପର ଗଞ୍ଜେଇ ପଦର ଗ୍ରାମବାସୀ କହିଥିଲେ। ହେଲେ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନ ଥିବା ଯୋଗୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖାଯାଇଥିଲା। ଶେଷରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ତଥା ଡାକ୍ତର ଭାଗବତ ମୁର୍ମୁଙ୍କ ଦୁର୍ବ୍ୟବହାର କରାଯିବା ସହ ଧକ୍କା ମରା ଯାଇଥିଲା। ଯାହାକୁ ନେଇ ସ୍ବାସ୍ଥ୍ୟ କର୍ମୀମାନେ ସ୍ବାସ୍ଥ୍ୟ ବିଭାଗ ସମୁଖରେ ଧାରଣା ଦେବା ସହ ସ୍ବାସ୍ଥ୍ୟ ଅଧିକାରୀ ମୁର୍ମୁଙ୍କୁ ଯେଉଁମାନେ ଦୁର୍ବ୍ୟବହାର କରିଥିଲେ ସେମାନେ ଭୁଲ ମାଗିବା ସହ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉବୋଲି ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ ପୋଲିସ ଏଏସ୍‌ଆଇ ନରସିଂହ ଦୋରା ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ସ୍ବାସ୍ଥ୍ୟ କର୍ମୀଙ୍କୁ ବୁଝାସୁଝା କରିଥିଲେ। ଧାରଣାରତ ସ୍ବାସ୍ଥ୍ୟ କର୍ମୀମାନେ ଉପରୋକ୍ତ ଦାବି ପୂରଣ ପାଇଁ ଏକ ଲିଖିତ ଦାବି ପତ୍ର ଜିଲାପାଳ, ଜିଲା ସ୍ବାସ୍ଥ୍ୟାଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share