Categories: ଫୁରସତ

ଚାକିରି ଛାଡ଼ିବା ପାଇଁ ଏମିତି ଚିଠି ଲେଖିଲେ କର୍ମଚାରୀ, ଦେଖିଲେ ହସିହସି ଗଡ଼ିବେ

ଚାକିରି ଛାଡ଼ିବା କାହା ପାଇଁ ଏତେ ସହଜ କଥା ନୁହେଁ। ଯଦି ଭଲ ଅଫର ରହିଥାଏ, ତେବେ ଇଚ୍ଛା ହୁଏ ଛାଡ଼ିବା ପାଇଁ। କିନ୍ତୁ ଯେତେବେଳେ ବି ଚାକିରି ଛାଡ଼ିବା ପାଇଁ ଲେଟର ବା ଚିଠି ଲେଖିବେ ସେତେବେଳେ ଅନେକ କଥା ମନକୁ ଆସିଥାଏ। ଅଧିକାଂଶ ଲୋକଙ୍କ ପାଇଁ ଏହା ଆଦୌ ମନୋରଞ୍ଜନର ବିଷୟ ନୁହେଁ। ବେଳେବେଳେ ପରିସ୍ଥିତି ନିୟନ୍ତ୍ରଣରୁ ବାହାରିଯାଏ। ଯେତେବେଳେ କାମ କଷ୍ଟସାଧ୍ୟ ହୁଏ, ତେଣୁ ଜଣେ କର୍ମଚାରୀ ଇସ୍ତଫା ଦେବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ କିଛି ଲୋକ ଏମିତି ରେଜିଗ୍‌ନେଶନ ଲେଖନ୍ତି, ଯାହା ପଢ଼ିଲେ ହସିହସି ଗଡ଼ିବେ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଇସ୍ତଫା ପତ୍ର ଭାଇରାଲ ହେଉଛି। ଯାହା ପଢ଼ିଲେ ହସ ରୋକିପାରିବେ ନାହିଁ।

Swiggy Instamart ନାମକ ଏକ ଟୁଇଟର ପେଜରେ ଲେଟରଟି ଶେୟାର କରାଯାଇଛି। ଏଥିରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷ ଏବଂ ଇନ୍‌ଷ୍ଟାମାର୍ଟରେ ଉପଲବ୍ଧ ଅନେକ ପ୍ରକାରର ସ୍ନାକ୍ସ ସାମଗ୍ରୀରୁ ଇସ୍ତଫା ପତ୍ର ପ୍ରସ୍ତୁତ କରାଯାଇଛି। ଏହା ସମସ୍ତଙ୍କୁ ହସାଇଛି।

ଇନଷ୍ଟାମାର୍ଟ ଏହି ଟୁଇଟକୁ ଚଳିତମାସ ୨୪ ତାରିଖରେ ଶେୟାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୦୦୦ରୁ ଅଧିକ ଲୋକ ଦେଖିଥିବା ବେଳେ ୨୦୦୦ରୁ ଅଧିକ ଲାଇକ୍‌ ମିଳିଛି। ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ମଧ୍ୟ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସ୍ବିଗି ଗମ୍ଭୀର ପ୍ରସଙ୍ଗକୁ କେତେ ମଜାଳିଆ କରିଛନ୍ତି। ଆଇଡିଆ ବହୁତ ଭଲ ଅଟେ। ଅନେକ ୟୁଜର ଲେଖିଛନ୍ତି, ଚିଠିର ଶବ୍ଦଗୁଡ଼ିକ ପ୍ରକୃତରେ ପରିଚାଳକଙ୍କ ଉଦ୍ଦେଶ୍ୟରେ କୁହାଯାଇଛି।

Share