Posted inଖେଳ

ଲିଗ୍‌ ପର୍ଯ୍ୟାୟ ଶେଷ, ଆଜିଠୁ ସୁପର-୮

ଗ୍ରସ୍‌ ଆଇଲେଟ୍‌,୧୯ା୬(ପି.ଟି.): ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍‌ ପୁରନଙ୍କ ୯୮ ରନ୍‌ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ୍‌ କରିଥିଲା। ଜବାବରେ ଆଫଗାନିସ୍ତାନ ୧୬.୨ ଓଭରରେ ୧୧୪ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୨ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ଜନ୍‌ସନ ଚାଲର୍‌ସ(୪୩) ଓ ନିକୋଲାସ ପୁରନ(୯୮) ଦ୍ୱିତୀୟ ଉଇକେଟରେ ୮୦ ରନ୍‌ ଯୋଡିଥିଲେ। ପୁରନ୍‌ ଧୂଆଁଧାର ବ୍ୟାଟିଂ କରି ୫୩ ବଲ୍‌ ଖେଳି ୬ ଚୌକା ଓ ୮ ଛକା ମାରିଥିଲେ। ମାତ୍ର ୨ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବେଳେ ଦୁର୍ଭାଗ୍ୟଜନକ ଭାବରେ ରନ୍‌ଆଉଟ ହୋଇଥିଲେ। ଶେଷ ଆଡକୁ ଶାଇ ହୋପ୍‌ ୨୫ ଓ ରୋଭମାନ ପାଓ୍ବେଲ ୨୬ ରନ୍‌ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ ୨, ନବୀନ ଉଲ୍‌ ହକ୍‌ ଓ ଅଜମତଉଲ୍ଲା ଓମାରଜାଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୁରନ୍‌ ଏହି ଇନିଂସରେ ଅଜମତଉଲ୍ଲା ଓମାରଜାଇ ବୋଲିଂ କରିଥିବା ଓଭରରୁ ୩୬ ରନ୍‌ ସଂଗ୍ରହ କରିଥିଲେ। ୧୦ ଅତିରିକ୍ତ ରନ୍‌ ଆସିଥିଲେ ମଧ୍ୟ ଟି୨୦ ଇତିହାସର ପଞ୍ଚମ ବୋଲର ଭାବରେ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି ଓମାରଜାଇ।
୨୧୯ ରନ୍‌ ବିଜୟ ଲକ୍ଷ୍ୟରେ ଆଫଗାନିସ୍ତାନ ପ୍ରଥମ ଓଭରରେ ଖାତା ଖୋଲିବା ଆଗରୁ ଇନ ଫର୍ମ ରେହମାନଉଲ୍ଲା ଗୁରବାଜଙ୍କ ଉଇକେଟ ହରାଇଥିଲା। ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ଆଫଗାନିସ୍ତାନ ୧୧୪ ରନ୍‌ରେ ଅଲଆଉଟ ହୋଇଥିଲା। ଇବ୍ରାହିମ୍‌ ଜଦ୍ରାନ ଦଳ ପକ୍ଷରୁ ସର୍ବାଧିକ ୩୮ ରନ୍‌ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜମତଉଲ୍ଳା ଓମାରଜାଇ ୨୩ ଓ ରଶିଦ୍‌ ଖାନ୍‌ ୧୮ ରନ୍‌ କରିଥିଲେ। ଓବେଡ୍‌ ମ୍ୟାକୟ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକିଲ ହୋସେନ,ଗୁଡାକେଶ ମୋତି ଦୁଇଟି, ଆନ୍ଦ୍ରେ ରସେଲ, ଅଲଜାରି ଯୋଶେଫ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ନିକୋଲାସ ପୁରନଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୨୧୮/୫(ନିକୋଲାସ ପୁରନ୍‌-୯୮, ଜନସନ୍‌ ଚାଲର୍‌ସ-୪୩, ରୋଭମାନ ପାଓ୍ବେଲ-୨୬, ଗୁଲବଦିନ୍‌ ନାଇବ-୨/୧୪, ଅଜମତଉଲ୍ଳା ଓମାରଜାଇ-୧/୪୧, ନବୀନ ଉଲ ହକ୍‌-୧/୪୧)। ଆଫଗାନିସ୍ତାନ ୧୬.୨ ଓଭରରେ ୧୧୪/୧୦ ( ଇବ୍ରାହିମ୍‌ ଜଦ୍ରାନ-୩୮, ଅଜମତଉଲ୍ଳା ଓମାରଜାଇ-୨୩, ରଶିଦ୍‌ ଖାନ୍‌-୧୮, ଓବେଡ୍‌ ମ୍ୟାକୟ-୩/୧୪, ଅକିଲ ହୋସେନ୍‌-୨/୨୧, ଗୁଡାକେଶ ମୋତି-୨/୨୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri