ଆମେରିକା-ସାଉଦି ପେଟ୍ରୋଡଲାର ଚୁକ୍ତିର ଅନ୍ତ

ରିୟାଧ,୧୫ା୬: ଡଲାର ବିନିମୟରେ ଅଶୋଧିତ ତୈଳ ବିକ୍ରି ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ୮୦ ବର୍ଷ ଧରି ଚାଲିଆସିଥିବା ପେଟ୍ରୋଡଲାର ଚୁକ୍ତିର ଅନ୍ତ ଘଟିଛି। ୧୯୭୪ ଜୁନ୍‌ ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ସମୟସୀମା ଜୁନ୍‌ ୯ରେ ଶେଷ ହେବା ପରେ ଏହାକୁ ନବୀକରଣ ନ କରିବା ପାଇଁ ସାଉଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଫଳରେ ଏହି ତୈଳସମୃଦ୍ଧ ଦେଶ ଏଣିକି କେବଳ ଡଲାର ପରିବର୍ତ୍ତେ ଚାଇନାର ଆର୍‌ଏମ୍‌ବି, ୟୁରୋ, ୟେନ୍‌, ୟୁଆନ୍‌ ଆଦି ବିଭିନ୍ନ ମୁଦ୍ରାରେ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବ। ଏଥିସହିତ ବିଟ୍‌କଏନ୍‌ ଭଳି ଡିଜିଟାଲ କରେନ୍ସିର ସମ୍ଭାବ୍ୟ ବ୍ୟବହାର ଉପରେ ମଧ୍ୟ ବିଚାର କରାଯାଇପାରେ ବୋଲି କୁହାଯାଇଛି। ଫଳରେ ବୈଶ୍ୱିକ ଅର୍ଥନୀତିର ଢାଞ୍ଚାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି।
ପେଟ୍ରୋଡଲାର ହେଉଛି ଅଶୋଧିତ ତୈଳ ବିକ୍ରିରୁ ଡଲାରରେ ହେଉଥିବା ଉପାର୍ଜନ। ସାମରିକ ସହାୟତା ପାଇଁ ଡଲାର ବିନିମୟରେ ତୈଳ ବିକ୍ରି ନିମନ୍ତେ ୧୯୭୪ରେ ଆମେରିକା ଓ ସାଉଦି କର୍ତ୍ତୃପକ୍ଷଙ୍କ ମଧ୍ୟରେ ପେଟ୍ରୋଡଲାର ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ବିଶ୍ୱ ଅର୍ଥନୀତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଥିଲା ଏବଂ ବୈଶ୍ୱିକ ଅର୍ଥନୀତିରେ ଡଲାରର ପ୍ରାଧାନ୍ୟ ବଢ଼ିଥିଲା। ଚୁକ୍ତିନାମା ଅନୁଯାୟୀ ସାଉଦି ଆରବ ସହ ଅର୍ଥନୈତିକ ସହଯୋଗ ଏବଂ ଏହି ଦେଶର ସାମରିକ ଆବଶ୍ୟକତା ଆଧାରରେ ଦୁଇଟି ଯୁଗ୍ମ କମିଶନ ଗଢ଼ାଯାଇଥିଲା। ଏହି ଡିଲ୍‌ ଦ୍ୱାରା ସାଉଦି ଏହାର ତୈଳ ଉତ୍ପାଦନ ବଢ଼ାଇବା ପାଇଁ ପ୍ରୋତ୍ସାହିତ ହେବ ବୋଲି ଆମେରିକା କର୍ତ୍ତୃପକ୍ଷ ସେତେବେଳେ ଆଶା ରଖିଥିଲେ। ଓ୍ବାଶିଂଟନ ଏବଂ ଅନ୍ୟ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥତ୍କ ସହଯୋଗ ବଢ଼ାଇବାରେ ଏହା ଏକ ବ୍ଲୁପ୍ରିଣ୍ଟ ହେବ ବୋଲି ସେମାନେ କଳ୍ପନା କରିଥିଲେ।
ସାଉଦି ଆରବ ପ୍ରୋଜେକ୍ଟ ଏମ୍‌ବ୍ରିଜ୍‌ରେ ସାମିଲ ହେବା ନେଇ ନିକଟରେ ଘୋଷଣା କରିଥିଲା। ପ୍ରୋଜେକ୍ଟ ଏମ୍‌ବ୍ରିଜ୍‌ ହେଉଛି ମଲ୍ଟି-ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନି୍ସ (ସିବିଡିସି) ପ୍ଲାଟ୍‌ଫର୍ମ, ଯାହା ଅଂଶଗ୍ରହଣକାରୀ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଶେୟାର ହୋଇଛି। ସୀମାପାର ପେମେଣ୍ଟର ତ୍ୱରିତ୍‌ ସମାଧାନ ଏବଂ ବିଦେଶୀ ବିନିମୟ କାରବାର ପାଇଁ ଆବଣ୍ଟିତ ଲେଜର ଟେକ୍‌ନୋଲୋଜି(ଡିଏଲ୍‌ଟି) ଆଧାରରେ ଏହା ପ୍ରସ୍ତୁତ ହୋଇଛି। ପ୍ରୋଜେକ୍ଟ ଏମ୍‌ବ୍ରିଜ୍‌ରେ ୨୬ରୁ ଊର୍ଦ୍ଧ୍ୱ ରିଜର୍ଭ ବ୍ୟାଙ୍କ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ଟୋକିଓ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri