ନୂଆଦିଲ୍ଲୀ,୭।୭: ଇଞ୍ଜିନ ଖରାପ ହୋଇଯାଇଥିବା ବେଳେ ଡବା ବଦଳାଯାଉଛି। ମୋଦି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ କଂଗ୍ରେସ ପକ୍ଷରୁ ଏପରି ପ୍ରତିକ୍ରିୟା ଆସିଛି। ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ବୁଧବାର କହିଛନ୍ତି, ଏହା ହେଉଛି କ୍ଷମତା ଲୁଣ୍ଠନର ବଣ୍ଟନ ଏବଂ ଦଳଡିଆଁଙ୍କ ଥଇଥାନ। ସରକାରରେ ପ୍ରଦର୍ଶନକୁ ନେଇ ମନ୍ତ୍ରୀ କରାଯାଉ ନାହିଁ। ଯଦି ପ୍ରଦର୍ଶନ ଆଧାରରେ କ୍ୟାବିନେଟ ସମ୍ପ୍ରସାରଣ କରାଯାଉଥାଆନ୍ତା ତେବେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ମହାମାରୀ ସମୟରେ ସୁଶାସନ ଦେବାରେ ତାଙ୍କ ବିଫଳତା ପାଇଁ ବରଖାସ୍ତ କରାଯାଇଥାଆନ୍ତା। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ସେମାନଙ୍କ ଦୁର୍ବଳ ଭୂମିକା ପାଇଁ ବାହାର କରାଯାଇଥାଆନ୍ତା।