ବଲାଙ୍ଗୀର,୨୪ା୭(ସୁନୀଲ କୁମାର ମହାନ୍ତି): ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ସୁଜିତ କୁମାର ପାଢ଼ୀ। ଠିକାଦାରଙ୍କ ବିଲ୍ କରିଦେବାକୁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ପାଢ଼ୀ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ପ୍ରଥମ କିସ୍ତିରେ ୫୦ ହଜାର ଟଙ୍କା ଠିକାଦାରଙ୍କଠାରୁ ନେଇଥିଲେ। ବୁଧବାର ଦ୍ବିତୀୟ କିସ୍ତି ଲାଞ୍ଚ ୫୦ ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ଟିମ୍ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ପାଢ଼ୀଙ୍କୁ କାବୁ କରି ନେଇଥିଲେ। ତାଙ୍କଠାରୁ ଭିଜିଲାନ୍ସ ଟିମ୍ ୫୦ ହଜାର ଟଙ୍କା ଜବତ କରିଛନ୍ତି। ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।