ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସକୁ ଦେଖି ହେଲେ ବେହୋସ, ଆଉ ତା’ ପରେ…

ରାୟଗଡ଼ା,୩୧ା୮(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାୟଗଡ଼ା ସହରର ନିଜ ଘରେ ମାଣ୍ଡିବିସି ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ବିଲ୍‌ କରିବା ପାଇଁ ମେଟ୍‌ କ୍ଷେତ୍ର ମାଝୀଙ୍କଠାରୁ ୨୫ ହଜାର ଲାଞ୍ଚ ନେବାବେଳେ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସ ଟିମ୍‌ ପୂର୍ଣ୍ଣଙ୍କୁ ଧରିଛି। ରାୟଗଡ଼ା ରାଣୀଗୁଡ଼ାସ୍ଥିତ ଘରେ ଟଙ୍କା ସହ ଭିଜିଲାନ୍ସ ଧରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ, ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍‌ ଭର୍ତ୍ତି କରିଥିଲେ। ଘଟଣାର ଅଧିକ ତଦନ୍ତ କରୁଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅରୁଣ ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା। ତାଙ୍କ ଘରେ ଭିଜିଲାନ୍ସର ୧୫ ଜଣିଆ ଟିମ୍‌ ଜଗି ରହିଛନ୍ତି। ସେ ସୁସ୍ଥ ହେବାପରେ ଅନ୍ୟାନ୍ୟ ସମ୍ପତ୍ତି ଆକଳନ କରାଯିବ ବୋଲି ଅତିରିକ୍ତ ଏସ୍‌ପି ନାୟକ ସୂଚନା ଦେଇଛନ୍ତି। ତେବେ ଚୌଧୁରୀଙ୍କ ନାମରେ ପୂର୍ବରୁ ମଧ୍ୟ କଲ୍ୟାଣସିଂହପୁର ବ୍ଲକ୍‌ ଥିବା ବେଳେ ଅଭିଯୋଗ ରହିଥିଲା।

Share