ପୋଲିସ ଟୋପି ପିନ୍ଧି ହଟହଟା ହେଲେ ଯନ୍ତ୍ରୀ

ମାଲକାନଗିରି,୨ା୪: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର ଏବଂ ଅବମାନନା କରିଥିବାରୁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡ୍‌-୧୯ ଯୋଗୁ ବିଭିନ୍ନ ଛକ ଜାଗାରେ ମାସ୍କ ଚେକିଂ କରାଯାଇ ସ୍କ୍ବାଡ୍‌ ଜରିମାନା ଆଦାୟ କରୁଥିଲା। ସ୍କ୍ବାଡ୍‌ ଗାଡିରେ ଜଣେ ଅଧିକାରୀଙ୍କ ଟୋପି ରହିଯାଇଥିଲା। ଯନ୍ତ୍ରୀ ବେହେରା ଉକ୍ତ ଟୋପିକୁ ପିନ୍ଧି ସେଲ୍‌ଫି ଉଠାଇ ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ରେ ଶେୟାର କରିଥିଲେ। ପରେ ସେ ଏହାକୁ ଡିଲିଟ କରିଦେଇଥିଲେ। କିନ୍ତୁ ଏହା ପୋଲିସ ଦୃଷ୍ଟିରୁ ଖସିପାରି ନ ଥିଲା। ଏହି ଘଟଣା ପାଇଁ ତାଙ୍କୁ ଓର୍କେଲ ଥାନା ପୋଲିସ ଡକାଇ ତାଗିଦା କରିଥିଲା। ବେହେରା ତାଙ୍କ ଭୁଲ୍‌ ସ୍ବୀକାର କରିଥିବା ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି।

Share