ମୃତ କୋଭିଡ ଯୋଦ୍ଧାଙ୍କ ସହ ପୁରା ଗଞ୍ଜାମ ପୋଲିସ ରହିଛି: ୩ ମୃତକଙ୍କ ପରିବାରଙ୍କୁ ପ୍ରାପ୍ୟ ପ୍ରଦାନ

ଛତ୍ରପୁର,୯।୯(ଡି.ଏନ୍‌.ଏ .): କରୋନା ପରିଚାଳନା କାର୍ଯ୍ୟ କରୁଥିବା ବେଳେ ଗଞ୍ଜାମ ଜିଲା ପୋଲିସର ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଆସିକା ଥାନା କୋଟିନଡ଼ା ଫାଣ୍ଡିର ଗୋଲକ ନାୟକ, ଭଞ୍ଜନଗର କୋର୍ଟର ଏଏସ୍‌ଆଇ ରବୀନ୍ଦ୍ର ନାଥ ବେହେରା ଓ ତାରସିଂ ଥାନାର ଏଏସ୍‌ଆଇ ଶିବରାମ ଦାଶ। ମୃତ୍ୟୁ ପରେ ଗ୍ରାଚୁଟି, ବୀମା ଓ ବ୍ୟବହାର କରି ନ ଥିବା ଛୁଟି ବାବଦରେ ସେମାନଙ୍କ ସ୍ତ୍ରୀଙ୍କୁ ପ୍ରାପ୍ୟ ସମ୍ଭଧୀୟ ଚେକ୍‌ ପ୍ରଦାନ କରାଯାଇଛି। ବୁଧବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଏହି ଚେକ୍‌ ପ୍ରଦାନ କରିଛନ୍ତି। ମୃତ କୋଭିଡ ଯୋଦ୍ଧାଙ୍କ ସହ ପୁରା ଗଞ୍ଜାମ ପୋଲିସ ରହିଛି ଏଥିସହ ଉକ୍ତ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ଲୋକଙ୍କ ଭବିଷ୍ୟତରେ ଯେପରି କୌଣସି ଅସୁବିଧା ହେବନି ସେଉପରେ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ ଓ ଡିଜି ନିର୍ଦ୍ଦେଶ ଦେଇଥିବା ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି।

Share