ବାଲିଶଯ୍ୟା, ପଥର ବିକିରଣ ପାଇଁ ପରିବେଶ ଉତ୍ତପ୍ତ

ସୋନପୁର,୧୬ା୫(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ସହରର ପାରଦ ଗତ କିଛିବର୍ଷ ହେବ ସର୍ବୋଚ୍ଚସ୍ତରରେ ରହୁଛି। ଏହି ସହର ଉତ୍ତପ୍ତ ବୋଲି ପାଣିପାଗ ରିପୋର୍ଟ କହୁଛି। ମହାନଦୀ ଓ ତେଲନଦୀ ଘେରି ରହିଥିବା ନଦୀକୂଳିଆ ସହର ସୁବର୍ଣ୍ଣପୁର ତଥା ସମଗ୍ର ଜିଲାରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ନିର୍ବାଚନ ତାତିଠାରୁ ଜିଲାରେ ଗ୍ରୀଷ୍ମପ୍ରବାହ ତାତି ଅସମ୍ଭାଳ ହେଉଛି। ଏପ୍ରିଲ ମାସ ଆରମ୍ଭରୁ ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ତେବେ ଶିଳ୍ପ ବିହୀନ ଏହି ଜିଲାରେ ଗତ କିଛି ବର୍ଷ ହେବ ତାତି ବଢିବା ନେଇ ଆଲୋଚନା ଜୋର ଧରିଛି। ଜିଲାରେ ଜଙ୍ଗଲ କ୍ଷୟ, ନଦୀକୂଳରେ ସବୁଜ ପରିବେଶ ନଷ୍ଟ ହେବା, ମହାନଦୀ ଓ ତେଲନଦୀ ସମେତ ଅନ୍ୟ ଶାଖା ନଦୀ ଗୁଡିକରେ ଶଯ୍ୟା ପୋତି ହେବା, କଂକ୍ରିଟ୍‌ ଘର ଓ ରାସ୍ତା ନିର୍ମାଣ, ବେଆଇନ ଭାବେ ଅସହ୍ୟ ତାତିରେ ମାଟି ଇଟା ପୋଡିବା ଏହାର କାରଣ ବୋଲି କୁହାଯାଉଛି। ମହାନଦୀ, ତେଲନଦୀ ଓ ଅଙ୍ଗନଦୀ ଶଯ୍ୟା ପୋତି ହେବାରୁ ନଦୀଗର୍ଭରେ ଥିବା ବାଲି ଶଯ୍ୟା ଓ ପରର ର ବିକିରଣ ପାଇଁ ପରିବେଶ ଅଧିକ ଉତ୍ତପ୍ତ ହେଉଥିବା ପରିବେଶବିତ୍‌ ମତ ରଖୁଛନ୍ତି। ଜିଲାର ଆୟତନ ଅନୁପାତରେ ସର୍ବନିମ୍ନ ୩୩ ଭାଗ ଜଙ୍ଗଲ ରହିବ କଥା। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏବେ ମାତ୍ର ୧୮ ଭାଗ ଜଙ୍ଗଲ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାର ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବନୀକରଣ ଠିକ୍‌ ଭାବେ କରାଯାଉନି। ପଥପାର୍ଶ୍ୱ ବନୀକରଣ ଯୋଜନାରେ ଗଛର ଯତ୍ନ ନିଆଯାଉନି। ପାଣି ଅଭାବରୁ ଲଗା ଯାଇଥିବା ଚାରାଗୁଡିକ ଖରାଦିନେ ମରିଯାଉଛି। କାଗଜପତ୍ରରେ ହିଁ ବନୀକରଣ ଚାଲିଥିବା ଅଭିଯୋଗ ହେଉଛି। ଜଙ୍ଗଲ ବୃଦ୍ଧି ହେବା ବଦଳରେ ଦିନକୁ ଦିନ କ୍ଷୟ ହୋଇ ଚାଲିଛି। ଜନସଂଖ୍ୟା ବୃଦ୍ଧି ପାଇବା ସହିତ ନୂତନ ଜନବସତି ସୃଷ୍ଟି ହେଉଛି। ସେଥିପାଇଁ ପୁରୁଣା ଜଙ୍ଗଲ ଗୁଡିକୁ କଟାଯାଉଛି। ବନ ବିଭାଗ ସୁରକ୍ଷା ଦେଇପାରୁନି। ସେହିଭଳି ଜଳାଶୟ ଓ ଚାଷ ଜମିଗୁଡିକୁ ପୋତି ଲୋକେ ଘର କରୁଛନ୍ତି। ଜିଲା ଗଠନ ହେଲା ପରେ ଜିଲା ସଦର ମହକୁମାରେ ଜନସଂଖ୍ୟା ବଢିବା ସହ ଅନେକ କୋଠା ଘର, କଂକ୍ରିଟ୍‌ ରାସ୍ତାଘାଟ ନିର୍ମାଣ ହୋଇଛି। ଏ ନେଇ ପ୍ରତିଯୋଗିତା ଚାଲିଛି। ଏସବୁ ଉତ୍ତାପ ସୃଷ୍ଟିର କାରଣ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଜିଲାରେ ପଞ୍ଚାୟତ ପୋଖରୀ, ରାଜସ୍ବ ପୋଖରୀ ଓ ବେସରକାରୀ ପୋଖରୀ ମିଶି ୪ ହଜାର ୭୦୦ଟି ରହିଛି। ହରିହରଯୋର ଡ୍ୟାମ୍‌ ଭଳି ବଡ ଜଳାଶୟ ରହିଛି। ତେବେ ଏହି ଜଳ ଉତ୍ସଗୁଡିକରେ ବିଭିନ୍ନ କାରଣରୁ ମାଟି ପୋତି ହୋଇଥିବାରୁ ଜଳଧାରଣ କ୍ଷମତା କମୁଛି। ଅଧିକାଂଶ ପଞ୍ଚାୟତର ଜଳଉତ୍ସ ପୁରା ଶୁଖିଲା ପଡୁଛି। ଏମ୍‌ଜିଏନଆରଇଜିଏସ୍‌ ଓ ଅମୃତ ସରୋବର ଯୋଜନାରେ ସରକାରୀ ଜଳାଶୟଗୁଡିକର ପୁନରୁଦ୍ଧାର ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଫାର୍ମ ପଣ୍ଡ ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନାରେ ନୂତନ ପୋଖରୀ ଖୋଳାଯାଉଛି। ମାତ୍ର ଏହାର କାର୍ଯ୍ୟକରିତା ଠିକ୍‌ ଭାବେ ହେଉନି। ଜଳଉତ୍ସରେ ଜଳସ୍ତର ହ୍ରାସ ପାଉଛି। ବୋରଓ୍ବେଲ ଯୋଗେ ରବିଋତୁରେ ଜିଲାରେ ବହୁଳ ପରିମାଣରେ ଧାନ ଚାଷ ହେଉଛି। ଏହାଦ୍ୱାରା ଭୂତଳ ଜଳସ୍ତର ଯଥେଷ୍ଟ ହ୍ରାସ ପାଉଛି। ଉତ୍ତାପ ବୃଦ୍ଧିର ଏହା ଅନ୍ୟତମ କାରଣ ପାଲଟିଛି । ସେହିପରି ଜଙ୍ଗଲରେ ନିଆଁ ଲାଗିବା କାରଣରୁ ତାତି ବଢୁଛି। ଏହା ଜିଲାର ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଜୀବଜନ୍ତୁଙ୍କୁ କଲବଲ କରୁଛି। ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ତତଲା ହାଓ୍ବା ପରିବେଶକୁ ଅଧିକ ଉତ୍ତପ୍ତ କରି ଦେଇଛି। ସକାଳ ୮ଟାରୁ ମାଡି ଆସୁଛି ଭୟଙ୍କର ତାତି। ଖରାର ପ୍ରକୋପ ସାଙ୍ଗକୁ ଝାଞ୍ଜି ପବନ ସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ଲୋକେ ଡହଳ ବିକଳ ହେଉଛନ୍ତି । ଦିନ ବେଳା ରାସ୍ତାଘାଟ ଶୂନଶାନ ରହୁଛି। ନିହାତି କାମ ନ ଥିଲେ ଲୋକେ ଘରୁ ବାହାରୁ ନାହାନ୍ତି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ଲୋଭୋଲଟେଜ୍‌, ଅଘୋଷିତ ବିଦ୍ୟୁତ୍‌ କାଟ୍‌, ପାନୀୟ ଜଳ ସମସ୍ୟା ଜନସାଧାରଣଙ୍କ ଦୁଃଖକୁ ଦ୍ୱିଗୁଣିତ କରୁଛି। ତେବେ ମହାନଦୀରେ ପ୍ରସ୍ତାବିତ ଖଇରମାଳ ଓ ଗୋଧନେଶ୍ୱର ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର ନିର୍ମାଣ ହେଲେ ନଦୀଗର୍ଭରେ ଜଳ ରହିବା ସହ ସୁବର୍ଣ୍ଣପୁର ଜିଲାବାସୀଙ୍କୁ ତାତିରୁ ନିସ୍ତାର ମିଳିବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ପରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର,୨୮।୩: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶୁକ୍ରବାର ଗୃହର ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରାଯାଇଛି। ବିରୋଧୀ ଏବଂ ଶାସକ ଦଳର ବିଧାୟକମାନେ ଦରମା...

ଡା.ଦେବେନ୍ଦ୍ର ପ୍ରଧାନ: ନିଜ ପାଇଁ ନୁହେଁ, ଅନ୍ୟ ପାଇଁ ବଞ୍ଚୁଥିଲେ

ସନ୍ଥ କବି ଭୀମ ଭୋଇଙ୍କ ଦ୍ବାରା ଲିଖିତ ଏହି ବାଣୀକୁ ଦିବଂଗତ ସମାଜସେବୀ ତଥା କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନ ନିଜ ଜୀବନର ବ୍ରତ କରି...

ସଭାପତି, ଉପସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର, ୨୮।୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ବାର୍‌ ଆସୋସିଏଶନ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବ। ଶନିବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ...

ଛପର ଫାଡ଼ିଦେଲେ ଭଗବାନ: ଦିନ ମଜୁରିଆରୁ କୋଟିପତି ହେଲେ ଓଡ଼ିଆ ଯୁବକ

କେନ୍ଦୁଝର,୨୮।୩: ସତରେ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର...

‘ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ ସମନ୍ବୟ ରହିଲେ ବିଦ୍ୟାର୍ଥୀଙ୍କ ବିକାଶ ହେବ’

ଦାରିଙ୍ଗବାଡ଼ି,୨୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ‘ଆମେ ଜାଣିବା, ଆମେ ଜିଣିବା’ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି...

ପୁଣି ଖୋଲିବ ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ସ୍କୁଲ

ଭୁବନେଶ୍ୱର,୨୮ା୩: ଶୁକ୍ରବାର ବିଧାନସଭାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଉତ୍ତର ରଖିଛନ୍ତି। ସିଡ୍ୟୁଲ ଏରିଆରେ...

ନବଜାତକଙ୍କୁ ଓଟିରୁ ଛାଡିବା ପାଇଁ ୧୦୦୦ ଟଙ୍କା ଦାବି କଲେ ନର୍ସିଂ କର୍ମଚାରୀ

ସୁନ୍ଦରଗଡ଼,୨୮ା୩: ନବଜାତଙ୍କୁ ଛାଡିବା ପାଇଁ ୧୦୦୦ ଟଙ୍କା ଦାବି କଲେ ନର୍ସିଂ କର୍ମଚାରୀ। ସରକାରୀ ମେଡିକାଲରେ ଏଭଳି ଚିନ୍ତାଜନକ ବିଷୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ର ଜିଲ୍ଲା...

୩୦ରେ କଳାହାଣ୍ଡି ଆସିବେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ସଫଳ ପାଇଁ ଜିଲାବାସୀଙ୍କୁ ନିବେଦନ

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୩୦ ତାରିଖ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ରହିଛି। ଏହି ସମୟରେ ସେ ଜିଲାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image