ଭୁବନେଶ୍ୱର,୨୯ା୧୧: କରୋନା ମହାମାରୀ କାରଣରୁ ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଓ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଦେଶର ସମସ୍ତ ପେନ୍ସନଧାରୀଙ୍କ ପାଇଁ ଆବଶ୍ୟକ କାଗଜପତ୍ର ଡିପୋଜିଟର ସମୟସୀମାକୁ ବିଭାଗ ବୃଦ୍ଧି କରିଛିି। ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ୨୦୨୧ ଫେବୃୟାରୀ ୨୮ ପର୍ଯ୍ୟନ୍ତ ହିତାଧିକାରୀମାନେ ସେମାନଙ୍କର ଜୀବନ ପ୍ରମାଣପତ୍ର ସ୍ଥାନୀୟ କାର୍ଯ୍ୟାଳୟରେ ଦାଖଲ କରିପାରିବେ।